News

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ

 କେରଳରେ ଲଗାଣ ବର୍ଷା

କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଫଳନରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କୋଚି ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ଓ ଅବତରଣକୁ ବାତିଲ କରିଦିଆଯାଇଛି। କେତେକ ଜରୁରୀକାଳୀନ ବିମାନର ଦିଗ ପରିବର୍ତ୍ତନ କରାଯାଇଛି। ଇଡୁକି ଡ୍ୟାମର ଗେଟ୍‍ ଖୋଲି ଦିଆଯାଇଥିବାରୁ ଯେ କୌଣସି ସମୟରେ ରନ୍‍ୱେ ଉପରେ ବନ୍ୟା ପାଣି ଆସିଯିବାର ଆଶଙ୍କା ଥିବାରୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୩ରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆଗୁଆ ପଦକ୍ଷେପ ନିଆଯାଇଛି।

ସରକାରୀ ସୂଚନା ଅନୁଯାୟୀ, ଭୂସ୍ଖଳନ ଫଳରେ ଇଡୁକ୍କିରେ ୧୦, ମଲପୁରମରେ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି କନ୍ନୁର ଓ ଓ୍ବାହନାଡ ଜିଲାରେ ମଧ୍ୟ ଭୂସ୍ଖଳନରେ କେତେକ ଲୋକେ ପ୍ରାଣ ହରାଇଛନ୍ତି।

୬ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଏବଂ ରାଜ୍ୟର ପାର୍ବତ୍ୟାଞ୍ଚଳକୁ ଗସ୍ତ ନ କରିବାକୁ ଲୋକମାନଙ୍କୁ କୁହାଯାଇଛି। ଏସିଆ ମହାଦେଶର ଅନ୍ୟତମ ସର୍ବେଚ୍ଚ ଆର୍କ ଡ୍ୟାମ୍‌ ଇଡୁକ୍କି ଡ୍ୟାମ୍‌ ଉଚ୍ଛୁଳି ପଡ଼ିବାରୁ କର୍ତ୍ତୃପକ୍ଷମାନେ ସ୍ଲୁଇସ୍‌ ଗେଟ୍‌ ଖୋଲିଥିଲେ। ଶେଷଥର ଲାଗି ୧୯୯୨ ଏହି ଡ୍ୟାମ୍‌ ଖୋଲିଥିଲେ। ଗତ ୨୬ ବର୍ଷ ଭିତରେ ୪୫ ବର୍ଷର ଇଡୁକ୍କି ଡ୍ୟାମ୍‌ରେ ଏତେ ଉଚ୍ଚକୁ ଜଳସ୍ତର ପହଞ୍ଚି ନ ଥିଲା।

rain କେରଳରେ କେରଳରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ,୨୨ ମୃତ rain 2

ପଢନ୍ତୁ; ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ବୃଦ୍ଧି ,ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

Related posts

ଶଶି ଥରୁରଙ୍କୁ ମିଳିଲା ଆଗୁଆ ଜାମିନ

ENO Beuro

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ENO Beuro

ପାଣିପାଗ ବିଭାଗର ପୂର୍ବାନୁମାନ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More