News

ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶ ରୁ ଆସୁଛି ଅଦ୍ଭୁତ ଶବ୍ଦ

ଆଜିକାଲିର ମଣିଷ ନିଜର ଜ୍ଞାନକୌଶଳ ଓ ବିଜ୍ଞାନ ମାଧ୍ୟମରେ ମହାକାଶରେ ପହଂଚି ସାରିଛି, ଅନେକ ଗ୍ରହ ଉପଗ୍ରହରେ ନିଜ ପାଦ ଥାପି ସାରିଛି । ତଥାପି ମହକାଶସମ୍ବନ୍ଧୀୟ ଅନେକ ତଥ୍ୟ ଏବେବି ମନୁଷ୍ୟ ମସ୍ତିସ୍କ ପରିସରକୁ ଆସିପାରି ନାହିଁ । ଆହୁରି ଅନେକ ପ୍ରଶ୍ନର ଉତ୍ତର , ନୂଆ ନୂଆ କଥା ଓ ତଥ୍ୟ ଖୋଜି ବାହାର କରିବା ବାକି ଅଛି । ଏବେବି ମହାକାଶ ମନୁଷ୍ୟ ପାଇଁ ଗୋଟେ ରହସ୍ୟମୟୀ ପ୍ରଶ୍ନବାଚୀ ।

ମହାକାଶ ସମ୍ବନ୍ଧରେ ଅନେକ ସୂଚନା ଆମେ ନାସା ଦ୍ଵାରା ନିୟମିତ ପାଇଆସୁଛୁ । ତେବେ ନିକଟରେ ନାସା ପକ୍ଷରୁ ଆଉ ଏକ ଆଶ୍ଚର୍ଯ୍ୟଜନିତ ସୂଚନା ମିଳିଛି । ପ୍ରଥମ ଥର ପାଇଁ ନାସା ମହାକାଶରେ ଶୁଣା ଯାଉଥିବା କିଛି ଶବ୍ଦର ୨୨ଟି ଧ୍ୱନିକୁ ସଂଗ୍ରହ କରିବାରେ ସକ୍ଷମ ହୋଇଛି ।  ଶବ୍ଦଗୁଡିକ ହରର ମୁଭିରେ ଶୁଣାଯାଉଥିବା ପୃଷ୍ଟପଟ ଶବ୍ଦ ଭଳି ବିକୃତ ଶୁଣାଯାଉଛି । ବୈଜ୍ଞାନିକଙ୍କ କହିବା ଅନୁସାରେ କିଛି ଶବ୍ଦ ମହାକାଶରେ କିଏ ପଥର କିମ୍ବା କୌଣସି ଧାତୁ ଫୋପାଡିଲା ଭଳି , କିଛି ଶବ୍ଦ କେହି ଜଣେ ମନୁଷ୍ୟ  ଜୋର ଜୋରରେ ନିଶ୍ୱାସ ନେବା ଭଳି , ଆଉ କିଛି ଅନ୍ୟ ଗ୍ରହରୁ କିଏ ଖୁବ ଜୋରରେ ପାଟି କରିବା ଭଳି ଶୁଣାଯାଉଛି । ତେବେ ଏ ସବୁ ଶବ୍ଦଗୁଡିକ ଶନି ଓ ବୃହସ୍ପତି ଗ୍ରହରୁ ଆସୁଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଏହା ଉପରେ ଅଧିକ ଗବେଷଣା ଆରମ୍ଭ ହୋଇସାରିଛି । ହା ସହ ଉଲକା ପିଣ୍ଡ ଓ ଉପଗ୍ରହଗୁଡିକରୁ ମଧ୍ୟ ଏଭଳି ଶୁଣିବାକୁ ମିଳୁଛି ବୋଲି ସେମାନେ କହିଛନ୍ତି । ଏଲେନ୍ ପ୍ରୋବସେଜ୍ ଇଏମ୍ଏଫ୍ଆଇଏସଆଇଏସ୍ ଦ୍ୱାରା ଏଭଳି ଶବ୍ଦ ଶୁଣାଯାଉଛି ।

ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶରୁ ଆସୁଛି ଅଦ୍ଭୁତ ଶବ୍ଦ

ପଢନ୍ତୁ, ଓଡିଶାର ଅଗଣିତ ଘରେ ଆଜି ଏଣ୍ଡୁରି ପିଠା ସହ ପାଳିତ ହେଉଛି ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

Related posts

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

ENO Beuro

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

ENO Beuro

ବିଶ୍ୱର ଟପ୍-୨୦ ସ୍ମାର୍ଟ ସିଟିରେ ଭୁବନେଶ୍ୱର

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More