News

ଜାମ୍ମୁ-କାଶ୍ମୀର: ପଥରମାଡରେ ଯବାନ ସହିଦ

jawan

ଜାମ୍ମୁ-କାଶ୍ମୀରରେ ପଥରଫିଙ୍ଗଳୀମାନେ ସେନାର ଏକ କନଭୟ ଉପରକୁ ପଥରମାଡ କରିବା ଯୋଗୁ ଜଣେ ଯବାନ ସହିଦ ହୋଇଛନ୍ତି। ସେ ହେଲେ ୨୨ ବର୍ଷୀୟ ରାଜେନ୍ଦ୍ର ସିଂହ। ଗୁରୁବାରେ ଏହି ଅଘଟଣ ଘଟିଥିଲା।

jawan

ତାଙ୍କୁ ୯୨ ବେସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ। ମୂତ୍ର୍ୟ ସହ ୨୦ ଘଣ୍ଟା ଲଢେଇ କରି ସେ ଶୁକ୍ରବାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଏହି ସେନା କନଭୟଟି ବର୍ଡର ରୋଡସ୍‌ ଅର୍ଗାନାଇଜେସନ୍‌କୁ ସୁରକ୍ଷା ଯୋଗାଇ ଦେବାକୁ ଯାଉଥିବା ବେଳେ ଏଭଳି ପଥର ଫିଙ୍ଗାଳିଙ୍କ ଆକ୍ରମଣର ଶିକାର ହୋଇଥିଲେ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ବଡେନା ଗାଁ ବାସିନ୍ଦା ରାଜେନ୍ଦ୍ର ୨୦୧୬ରେ ସେନାରେ ଯୋଗ ଦେଇଥିଲେ। ସେନା ଶୁକ୍ରବାର ତାଙ୍କୁ ଓ ଅନ୍ୟ ଦୁଇ ଯବାନ ଲାନ୍ସ ନାୟକ ବ୍ରଜେଶ କୁମାର, ସିପାହୀ ଏନଗମସିଆମଲିଆନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଅନ୍ୟ ଦୁଇ ଯବାନ କାଶ୍ମୀର ଘାଟିରେ ପୃଥକ ଦୁଇଟି ଆତଙ୍କବାଦୀ ନିରୋଧ ଅଭିଯାନରେ ସହିଦ ହୋଇଥିଲେ।

ପଢନ୍ତୁ;ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

Related posts

ପାକିସ୍ତାନ ସହ ଯୁଦ୍ଧ ପାଇଁ ନୌସେନା ଆଇଏନେସର ପ୍ରସ୍ତୁତି

Ratnamani Moharana

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

ENO Beuro

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲିଆତି ଘଟଣା : ନିରବ ମୋଦିଙ୍କ ଚିଠିକୁ ନେଇ ଚର୍ଚା

ENO Beuro

Leave a Comment