February 18, 2019

ଘାଟିରୁ ୫୦୦ଫୁଟ ତଳକୁ ଖସିପଡିଲା ବସ୍ ,୨୩ଯାତ୍ରୀଙ୍କ ମୃତ୍ୟ ଆଶଙ୍କା

ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅମ୍ୱେନାଲି ଘାଟିରେ ଆଜି ମଧ୍ୟାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିବାରୁ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବସ୍‌ଟିରେ କୋଙ୍କଣ କୃଷି ବିଶ୍ୱବିଦ୍ୟାଳୟର ୩୮ ଜଣ କର୍ମଚାରୀ ଥିଲେ। ଏମାନେ ପିକ୍‌ନିକ୍‌ ପାଇଁ ଯାଉଥିବା ବେଳେ ମହାବାଲେଶ୍ୱର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଖବର ପାଇଁ ଘଟଣାସ୍ଥଳକୁ ଓଡ୍ରାଫ୍ଟ ଟିମ୍‍ ପଠାଯାଇଛି। ତେବେ ଯାତ୍ରୀବାହୀ ବସଟି ଗଭୀର ଗିରିଖାତରେ ପଡ଼ି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ଏହା ପୂର୍ବରୁ ଗୁରୁବାର କୋହ୍ଲାପୁରରେ ୧୭ ଜଣଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ନଦୀରେ ଖସି ପଡ଼ିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ;ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More