News

ଆନ୍ଧ୍ର ପ୍ରଦେଶ:ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ ନିଖୋଜ

ଡଙ୍ଗାବୁଡ଼ି ୨୩ ନିଖୋଜ

ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ଜଣଙ୍କ ନିଖୋଜ ଅଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ମଙ୍ଗଳବାର ଅପରାହ୍ଣରେ ଡଙ୍ଗାଟି ବୁଡିଯାଇଥିଲା। ପଶ୍ଚିମ ଗଦାର ଦେବୀପାଟନମ୍‌ରୁ ପ୍ରାୟ ୪୦ଜଣ ଯାତ୍ରୀଙ୍କୁ ଧରି ମୋଟର୍ ବୋଟ୍‌ଟି ମଣ୍ଡାମଡ଼ାଲୁ ଗାଁକୁ ଯାଉଥିଲା। ତେବେ ମାନଟରୁ ଠାରେ କିଛି ଯାତ୍ରୀଙ୍କୁ ଓହ୍ଲାଇବାକୁ ଯିବା ସମୟରେ ଡଙ୍ଗାଟି ବର୍ଷା ପବନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଘଟଣାରେ ଉଦ୍ଧାରକାର୍ୟ୍ୟ ଜାରି ରହିଛି ଏବଂ ପ୍ରାୟ ୧୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ନୌକାରେ ୪୦ ଲୋକ ଯାତ୍ରା କରୁଥିଲେ। ବାକି ୨୩ ଜଣଙ୍କର କୌଣସି ଖୋଜ ଖବର ମିଳି ନାହିଁ। ଘଟଣାର ଅଧିକ ସୂଚନା ଏ ପର୍ୟ୍ୟନ୍ତ ମିଳିପାରି ନାହିଁ। ଅନ୍ୟ ପଟେ ଉଦ୍ଧାର କାର୍ୟ୍ୟ ତୁରନ୍ତ ଆରମ୍ଭ କରାଯାଇଥିବା କୁହାଯାଉଛି। ନୌକା କେମିତି ଦୁର୍ଘଟଣାଗ୍ରସ୍ତ ହେଲା ତାର ତଦନ୍ତ ଜାରି ରହିଛି। ମାତ୍ର ନିଖୋଜ ଲୋକଙ୍କୁ ବଞ୍ଚାଇବା ଏବେ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ଲୋକେ ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି।

ପଢନ୍ତୁ; ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ

Related posts

ପାକିସ୍ତାନ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଫସିଲେ ସିଦ୍ଧୁ

ENO Beuro

ଅଣସର ବାସରେ ଶ୍ରୀଜିଉ 

ENO Beuro

ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More