EnewsOdia.Com

ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

କେନ୍ଦ୍ରସରକାରଙ୍କ ସ୍ଵଛଭାରତ ଅଭିଯାନ ଏକ ନିଆରା ଯୋଜାନା। ଏହି ଯୋଜନା ଦ୍ଵାରା ବହୁ ଗାଁର ମାନଚିତ୍ର ବଦଳିଯାଇଛି। ପ୍ରାୟତଃ ମହିଳା ମାନଙ୍କୁ ଆଉ ବାହାରକୁ ଯିବାକୁ ପଡୁନି ଶୌଚ ପାଇଁ। ଏହି ଯୋଜୋନାର ସଫଳ ପାଇଁ କେନ୍ଦ୍ରସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଏହି ସ୍ବଚ୍ଛ ଅଭିଯାନ ଓଡିଶାର କେତେକେ ଜାଗାରେ ପାଳନ କରାଯାଉନାହି। ଏହା ଏକ ନିଜସ୍ଵ ମାମଲା ଅର୍ଥାତ ଏଥିପାଇଁ ନିଜକୁ ଏହି ଯୋଜନାରେ ସାମିଲ କରିବାଭଳି ଏକ ଅଭିନବ ପ୍ରୟାସ କରିଛି ଗଞ୍ଜାମ ଜିଲ୍ଲାରେ ଥିବା ସାନଖେମୁଣ୍ଡି ବ୍ଲକ୍‌ ଗୌତମୀ ପଞ୍ଚାୟତରେ।

ମହଙ୍ଗା ପଡ଼ିଲା ବାହାରେ ମଳ ତ୍ୟାଗ କରିବା। ବାହାରେ ମଳ ତ୍ୟାଗ କରିବା ଯୋଗୁ ୨୪ଟି ପରିବାରର ରାସନ୍‌ ସାମଗ୍ରୀ ବନ୍ଦ କରି ଦିଆଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଗୌତମୀ ପଞ୍ଚାୟତରେ। ଗାଁରେ ବାହ୍ୟ ମଳ ତ୍ୟାଗ କରିବାକୁ ପୂର୍ବରୁ ମନା କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ହେଲେ ଏ ସବୁ ସତ୍ତ୍ୱେ ୨୪ଟି ପରିବାର ଏହି ନିୟମକୁ ମାନି ନ ଥିଲେ। ଫଳରେ ଗୌତମୀ ପଞ୍ଚାୟତର ସରପଞ୍ଚ ସୁଶାନ୍ତ ସ୍ୱାଇଁ ଏଭଳି ପଦକ୍ଷେପ ନେଇଥିଲେ।

ପଢନ୍ତୁ: ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

ସମ୍ବନ୍ଧିତ ଖବର

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana

ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ପିଆଜ ହାର

Ratnamani Maharana

‘ମୁଁ ସଫେଇବାଲା ଅଭିଯାନ’ ପାଇଁ ସଫା ହେବାରେ ଲାଗିଛି ସବୁ ସ୍ଥାନ

Ratnamani Maharana

ଜାଲରେ ପଡ଼ିଲା ୨ କୁଇଣ୍ଟାଲର ସାଙ୍କୁଚ ମାଛ

Ratnamani Maharana

ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ

Ratnamani Maharana

ଚନ୍ଦ୍ରରେ କଳଙ୍କ କାହିଁକି! ପ୍ରଶ୍ନର ଉତ୍ତର ଦେଲା ନାସା

Ratnamani Maharana