News

ଅବପାତର ରୂପ ନେଉଛି ଲଘୁଚାପ, ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

Untitled 1

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା

ଉତ୍ତର ପଶ୍ଚିମ ବାଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ୱେଲ୍‌ ମାର୍କଡ ଲୋ ପ୍ରେସର ’ରେ ପରିଣତ ହୋଇଛି। ପ୍ରଭାବରେ ଆଜି ଦିନତମାମ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୨ଟି ଜିଲ୍ଲା ବଲାଙ୍ଗୀର,କଳାହାଣ୍ଡି,ନୂଆପଡା,କନ୍ଧମାଳ, ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳକୁ ଜାରି ହୋଇଛି ରେଡ୍‌ ଆଲର୍ଟ।

ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା। ୩ତାରିଖ ପରେ ବର୍ଷା ପରିମାଣ କମିବ ବୋଲି କହିଛି ପାଣିପାଗ ବିଭାଗ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି। ଗତକାଲି ଚାନ୍ଦବାଲିରେ ସବୁଠାରୁ ଅଧିକ ପରିମାଣର ୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବିଶେଷ କରି ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢ଼େଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏଥିପାଇଁ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ‘ମାଷ୍ଟର ମାଇଣ୍ଡ’ ସାମନ୍ତ ଗୋୟଲ ହେଲେ ‘ର’ ମୁଖ୍ୟ

Related posts

ମହିଳାଙ୍କୁ ଅସଦାଚରଣ,ପୁଣି ଗିରଫ ହେଲେ ଶୁଭଙ୍କର

ENO Beuro

ବରିଷ୍ଠ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

ENO Beuro

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ENO Beuro

Leave a Comment