News

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କୃଷି ଓ ନୂତନ କୃଷି କୌଶଳର ବିକାଶ ନିମନ୍ତେ ୨୯ଟି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୨୬୬.୪୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ବିଭିନ୍ନ ବିଭାଗ, କୃଷି ବିଶ୍ୱବିଦ୍ୟାଳୟ, ନିଗମଗୁଡ଼ିକ ଏସବୁ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରସ୍ତାବ ରୂପେ ଉପସ୍ଥାପନ କରିଥିଲେ।

ରାଜ୍ୟର ୩୧୪ଟି ବ୍ଲକରେ ମିନି ମୃତ୍ତିକା ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ସେହିପରି ଟସର ଚାଷ, କୀଟ ନିରୀକ୍ଷଣ ଏବଂ ଏହାର ପରିଚାଳନା, ଫଳର ଅମଳ ପରବର୍ତ୍ତୀ ଗୁଣାତ୍ମକ ବର୍ଗୀକରଣ ଏବଂ ଧାନ ଚାଷ ପାଇଁ ଗୁଣାତ୍ମକ ଜୈବ ସାର ଉତ୍ପାଦନ ଓ ଯୋଗାଣ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି।

ଏହା ଛଡା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପଞ୍ଚାୟତ ପୋଖରୀରେ ମାଛ ଚାଷ, ପ୍ରାଥମିକ ସମବାୟ ସମିତିଗୁଡ଼ିକୁ ଭି-ସାଟ ସଂଯୋଗ, ଉଦ୍ୟାନ ଚାଷ ପାଇଁ କୌଶଳ ତାଲିମ ଏବଂ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ, କାଜୁ ଚାଷର ସଂପ୍ରସାରଣ, ସବୁଜ ବିପ୍ଲବ ପ୍ରକଳ୍ପ ଓ କୃଷି କଲ୍ୟାଣ ଅଭିଯାନ ସମେତ ଆଧୁନିକ ପ୍ରଣାଳୀରେ ଶୁଖୁଆ ପ୍ରସ୍ତୁତି ଓ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ।

ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟାନ୍ଵୟନ ସଂପର୍କରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଏବଂ ସେହି ପ୍ରକଳ୍ପଗୁଡ଼ିକର ବୈଷୟିକ ପ୍ରଶାସନିକ ଓ ଆର୍ଥିକ ଦିଗ ଉପସ୍ଥାପନ କରିଥିଲେ ବିଭାଗୀୟ ସ୍ୱତନ୍ତ୍ର ସଚିବ ଭାସ୍କରଜ୍ୟୋତି ଶର୍ମା

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି agri

ପଢନ୍ତୁ;ରାଜ୍ୟରେ ପ୍ରବଳ ବର୍ଷା : ଟ୍ୱିନସିଟିରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କଲେ ଏସଆରସି

Related posts

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ କଲେ ଶ୍ରୀ ଜେ.ପି.ନଡ୍ଡା

Krishna Kumar Manoj

ଦରମା ଓ ପେନସନ୍ ଦାବିରେ ତିନି ଦିନ ଧରି ଚାଲିଛି ଶ୍ରମିକ ଆନ୍ଦୋଳନ

Krishna Kumar Manoj

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ବାୟୁ ସେନା ମାର୍ଶାଲ ଅର୍ଜନ ସିଂହ ଙ୍କ ଶେଷକୃତ୍ୟ ସମ୍ପନ୍ନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More