News

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

fire

ଗଞ୍ଜାମ ଜିଲ୍ଲା ସୋରଡ଼ା ଖଦାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଫଳରେ ୯ ଟି ପରିବାରର ୨୭ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଭୋର ପ୍ରାୟ ୪ଟା ବେଳେ ହଠାତ୍ ଖଦାଳ ସାହିରେ ଜଣେ ବ୍ୟକ୍ତିଙ୍କ ରୋଷେଇ ଘରର ଚାଳରୁ ନିଆଁ ଉଠି ସାରା ଗାଁକୁ ମାଡ଼ି ଯାଇଥିଲା। ନିଦରେ ଶୋଇଥିବା ଲୋକେ କିଛି ବୁଝିବା ପୂର୍ବରୁ ନିଆଁ ବ୍ୟାପି ଯାଇଥିଲା ।

fire

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆୟତ କରିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଧାନ , ଚାଉଳ, ଆସବାବପତ୍ର ସହିତ ସମସ୍ତ ସମ୍ପତ୍ତି ପୋଡ଼ି ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ସୋରଡ଼ା ବିଧାୟକ ବିପନ୍ନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛନ୍ତି।

ପଢନ୍ତୁ;୧୭ ବର୍ଷ ପରେ ସନ୍ନିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

Related posts

ଜମ୍ମୁ କାଶ୍ମୀର: ପୁଣି ସଫଳତା, ୬ ଆତଙ୍କବାଦୀ ନିହତ

ENO Beuro

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ଦେହାନ୍ତ

ENO Beuro

ଯୌନ କେଳେଙ୍କାରି : ଏ ବର୍ଷ ଦିଆଯିବନି ସାହିତ୍ୟରେ ନୋବେଲ ପୁରସ୍କାର

ENO Beuro

Leave a Comment