EnewsOdia.Com

ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ

ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଥମିବାର ନାଁ ନେଉନି। ରବିବାର ସନ୍ଧ୍ୟାରେ କିଛି ମୁଖାପିନ୍ଧା ଯୁବକ ଯୁବତୀ ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହ‌ଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍‌ସରେ ଭର୍ତି ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍‌ ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିସ୍ଥିିିର ମୁକାବିଲା ଲାଗି ପୁଲିସକୁ କ୍ୟାମ୍ପସ ଭିତରେ ଓ ବାହାରେ ମୁତୟନ କରାଯାଇଛି। ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।

 

ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନ୍‌ୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ‌ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଆଜି ଜେଏନ୍‌ୟୁ କ୍ୟାମ୍ପସ ବାହାରେ ମଧ୍ୟ ନ୍ୟାୟ ଦାବିରେ ଶତାଧିକ ଶିକ୍ଷାର୍ଥୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିଛି। ତେବେ ଫ୍ଲାଗମାର୍ଚ୍ଚ ବେଳେ ଛାତ୍ରଛାତ୍ରୀମାନେ ଗୋ ବ୍ୟାକର ନାରା ଦେଇଛନ୍ତି।

ପଢନ୍ତୁ: ଜାନୁଆରୀ ୮ ତାରିଖରେ ଭାରତ ବନ୍ଦ

ସମ୍ବନ୍ଧିତ ଖବର

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସସନ୍‌ ଦାଖଲ

Ratnamani Maharana

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana