News

ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ  ପୋଲିସ  ପଦକ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ  ପୋଲିସ ପଦକ  ମିଳିବ। ୧୧ ଜଣଙ୍କୁ ପୁଲିସ୍‌ ସାହସିକତା ପଦକ ମିଳିବାକୁ ଥିବା ବେଳେ ୪ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।

ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି  ପୋଲିସ ପଦକ

ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି । ଭିଜିଲାନ୍ସ ଆଡିସନାଲ ଏସ୍ପି ଏମ୍. ରାଧାକ୍ରିଷ୍ଣା ଓ ଭିଜିଲାନ୍ସ ସବ୍ଇନ୍ସପେକ୍ଟର ରମେଶ ଚନ୍ଦ୍ର ନାୟକ । ସାହସିକତା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେହିପରି ଉତ୍ତମ ସେବା ପାଇଁ ୧୪ ଜଣ ପୋଲିସ ପଦକ ପାଇବେ । ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପୋଲିସ ପଦକ ଘୋଷଣା କରାଯାଇଛି।

medal

ପଢନ୍ତୁ; ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

Related posts

ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା

ENO Beuro

୨୦୦ ଟଙ୍କାରେ ମିଳୁଛି ଜାଲ ଆଧାର , ଜାଣନ୍ତୁ କେମିତି ହେଲା ପର୍ଦ୍ଦାଫାସ୍‌

ENO Beuro

ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More