Loading...

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ପରୀକ୍ଷା

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ମାସେ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଥିଓରି ପରୀକ୍ଷା ଆରମ୍ଭ ହେବାର ମାସେ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ପହିଲାରୁ ପ୍ରାକ୍ଟିକାଲ ବିଷୟଗୁଡ଼ିକର ପରୀକ୍ଷା ଆରମ୍ଭ ହେବ, ଯାହାକି ଗୋଟିଏ ସପ୍ତାହ ଧରି ଜାରି ରହିବ।

ମାର୍ଚ୍ଚ ପହିଲାରୁ ଯୁକ୍ତ୨ ଥିଓରି ପରୀକ୍ଷା। ଏକା ସମୟରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ। ମାସେ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଥିଓରି ପରୀକ୍ଷା ଆରମ୍ଭ ହେବାର ମାସେ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ପହିଲାରୁ ପ୍ରାକ୍ଟିକାଲ ବିଷୟଗୁଡ଼ିକର ପରୀକ୍ଷା ଆରମ୍ଭ ହେବ, ଯାହାକି ଗୋଟିଏ ସପ୍ତାହ ଧରି ଜାରି ରହିବ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି ସେନେଇ ଖୁବ୍‌ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ଘୋଷଣା କରାଯିବ। ସେପଟେ ବିଶ୍ବ‌ରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ପରି ଏଥର ମଧ୍ୟ ଜାନୁଆରି ଶେଷ ସପ୍ତାହ ତଥା ୨୪ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ମାତ୍ର ଏନ୍‌ଟିଏ ପକ୍ଷରୁ ଜେଇଇ ମେନ୍‌ ତାରିଖ ଘୋଷଣା ପ‌ରେ ପରିଷଦ ପକ୍ଷରୁ ତାରିଖରେ ପରିବର୍ତ୍ତନ କରାଯାଇଛି। ଜାନୁଆରି ଶେଷ ସପ୍ତାହ ପରିବର୍ତ୍ତେ ଫେବ୍ରୁଆରି ପହିଲାରୁ ପରୀକ୍ଷା ଆରମ୍ଭ ହେବ। ସରକାରୀ, ଅନୁଦାନପ୍ରାପ୍ତ କଲେଜ ସମେତ ସେଲ୍ଫ-ଫାଇନାନ୍ସିଂ କଲେଜରେ ପାଖାପାଖି ୧୧୦୦ କେନ୍ଦ୍ରରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର କରାଯିବ। ପରୀକ୍ଷା ପାଇଁ ଆବଶ୍ୟକ ଲାବ‌ରୋଟାରି, ସିସିଟିଭି କ୍ୟାମେରା ଆଦି ଯାଞ୍ଚ କରାଯାଉଛି। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଭିତ୍ତିଭୂମି ସୁଦୃଢ଼ ନାହିଁ ସେଠାରେ ଏଥର ପରୀକ୍ଷା କେନ୍ଦ୍ର ହେବନାହିଁ। ଅନ୍ୟପକ୍ଷରେ ଏପ୍ରିଲ ୬ରୁ ୧୨ ମଧ୍ୟରେ ଜେଇଇ ମେନ୍‌-୨ ଅନୁଷ୍ଠିତ ହେବ। ତେଣୁ ତା’ପୂର୍ବରୁ ଯୁକ୍ତ୨ ଥିଓରି ପରୀକ୍ଷା ଶେଷ କରିବାକୁ ପରିଷଦ ଯୋଜନା ପ୍ରସ୍ତୁତ କରିଛି।ମାର୍ଚ୍ଚ ପହିଲାରୁ ପରୀକ୍ଷା ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି। ଯେତେଶୀଘ୍ର ସମ୍ଭବ ବିଜ୍ଞାନ ବିଷୟ ପରୀକ୍ଷା ଶେଷ କରାଗଲେ ଉକ୍ତ ବିଭାଗର ପରୀକ୍ଷାର୍ଥୀ ଜେଇଇ ମେନ୍‌ ଲାଗି ନିଜକୁ ପ୍ରସ୍ତୁତ କରିବେ। ପରୀକ୍ଷାକୁ ନଜରରେ ରଖି ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ପୂର୍ବ ବର୍ଷଗୁଡ଼ିକରେ ଯେଉଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା, ତାହା ଏବେ ଅଚଳ ହୋଇଯାଇଛି। ତେଣୁ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି। ହାତରେ କମ୍‌ ସମୟ ରହିଥିବାରୁ ପରୀକ୍ଷା କେନ୍ଦ୍ର ହେଉଥିବା ଯେଉଁ କଲେଜ ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି, ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ପରୀକ୍ଷା କେନ୍ଦ୍ରର ରୁମ୍‌, ହଲ୍‌ ଓ ଲାବ‌ରୋଟାରିରେ ସିସିଟିଭି ଲଗାଇବାକୁ କୁହାଯାଇଛି।

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଆମେ ସବୁବେଳେ ପ୍ରାଥମିକତା ଦେଉଛୁ। ଏବେ ଓଡ଼ିଶାରେ ଯେଉଁଭଳି ସ୍ଥିତି ରହିଛି ଭୟ କରିବାର କୌଣସି କାରଣ ନାହିଁ। ତଥାପି ସତର୍କତା ଦୃଷ୍ଟିରୁ ସମସ୍ତେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବାର ଆବଶ୍ୟକତା ରହିଛି। ପିଲାଙ୍କ ପାଠପଢ଼ା ଓ ପରୀକ୍ଷା କିଭଳି କଟକଣା ଭିତରେ କରାଯିବ ସେନେଇ ସ୍ବାସ୍ଥ୍ୟ ବିଭାଗ ମାର୍ଗଦର୍ଶିକାକୁ ଅପେକ୍ଷା କରିଛୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପିଲାଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯିବ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.