Events And Parties News

ସେପ୍ଟେମ୍ବର ୩ରେ ହେବାକୁ ଯାଉଛି ଦଧିଚୀ ପ୍ରତିଭା ସମ୍ମାନ ୨୦୧୯

2nd dadhichi prativa samman 2019

୩ ସେପ୍ଟମ୍ବରରେ ଅନୁଷ୍ଠିିତହେବ ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯, ଭିନ୍ନ ଭିନ୍ନ କ୍ଷେତ୍ରରୁ ୧୧ଜଣ ହେବେ ସମ୍ମାନିିତ | ଭୁବନେଶ୍ୱର: ଓଡିଶାର ଲୋକପ୍ରିୟ ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଦଧୀଚି ଏଜୁକେସନାଲ ଟ୍ରଷ୍ଟ ଦ୍ୱାରା ଆୟେଜିତ ହେଉଅଛି । ଏହି ଦ୍ୱିତୀୟ ସମ୍ମାନ ଉତ୍ସବ ଆସନ୍ତା ମାସ ୩ ତାରିଖରେ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମ୍ ଠାରେ ହେବ ବୋଲି ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନ ପକ୍ଷ୍ୟରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କାରାଯାଇଅଛି । ଏଠାରେ ଶିକ୍ଷ୍ୟାନୁଷ୍ଠାନର ଅଧକ୍ଷ୍ୟ ଡ଼ ମନୋଜ କୁମାର ଦାଶ, ପରିଚାଳନା ଟ୍ରଷ୍ଟି, ବବିତା ଦାଶ, ଉପଦେଷ୍ଟା ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ନିର୍ଦ୍ଧେଷକ ପ୍ରଶାନ୍ତ ପାଢୀ, ନିର୍ଦ୍ଧେଷକ ବାସୁଦେବ ବିଶ୍ୱାଳ, ନିର୍ଦ୍ଧେଷକ ଶିମାନ୍ଚଳ ପଣ୍ଡା ବ୍ୟତିତ ଲୋକ ସଂପର୍କ ତଥା କର୍ପୋରେଟ ମୁଖ୍ୟ ଉଲ୍ଳାସ ଚନ୍ଦ୍ର ବେହୁରା ଉପସ୍ଥିିତ ଥିଲେ ।

2nd dadhichi prativa samman 2019                କଟକ ସୁନ୍ଦରଗ୍ରାମ ସ୍ଥିତ ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଅବସରରେ ଏହିଭଳି ସୁନ୍ଦର ପ୍ରୟାସ କରାଯାଉଛି ଯେଉଁଠି ଓଡିଶାର ୧୧ଟି କ୍ଷେତ୍ରରେ ନିଜର ଅତୁଳନୀୟ ପରାକାଷ୍ଠ୍ୟ ବା ସମ୍ମାନପୁର୍ଣ୍ଣ କାର୍ଯ୍ୟପାଇଁ ୧୧ ଜଣ ବ୍ୟକ୍ତିଙ୍କୁ ଶିକ୍ଷ୍ୟାନୁଷ୍ଠାନ ପକ୍ଷ୍ୟରୁ ସମ୍ମାନିିତ କରାଯିବ, ସେମାନଙ୍କ ମଧ୍ୟରୁ ୪ଜଣ ହେଲେ ବିଶିଷ୍ଟ ଶିକ୍ଷ୍ୟାବିତ୍ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ (ଦଧୀଚି ଶିକ୍ଷ୍ୟା ଜ୍ୟୋତି ସମ୍ମାନ), ଏମ୍ସର୍ ଏନ୍ଥେସିଓଲୋଜି ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡା ସୁକଦେବ ନାୟକ (ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ), ବିଶିଷ୍ଟ ଉଦ୍ୟୋଗପତି ତଥା ରୁଚିର ପରିଚାଲନା ନିର୍ଦ୍ଧେଷକ ଡ଼ ଶରତ କୁମାର ସାହୁ (ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ)ଏବଂ ବିଶିଷ୍ଟ ବୈଜ୍ଞାନିକ ତଥା ଆଇ.ଟି.ଆର, ଚାନ୍ଦିପୁରର ନିର୍ଦ୍ଧେଷକ ଡ଼ ବିନୟ କୁମାର ଦାସ(ଦଧୀଚି ବିଞ୍ଜାନ ଜ୍ୟୋତି ସମ୍ମାନ) ।

2nd dadhichi prativa samman 2019 2

ଉକ୍ତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ)ର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଏବଂ ଜଳ ସଂପଦ ତଥା ସୂଚନା ଓ ଲୋକ ସଂର୍ପକ ବିଭାଗ ମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ)ର ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଗୌରବାନ୍ୱିିିତ କରିବେ ।ଏହାଛଡ଼ା ମୁଖ୍ୟ ବକ୍ତାଭାବେ ସମାଜ ଖବର କାଗଜର ପ୍ରିଣଟର ଓ ପବ୍ଳିସର ଶ୍ରୀଯୁକ୍ତ ନିରଞ୍ଜନ ରଥ, ସମ୍ମନନୀୟ ଅତୀଥି ଭାବେ ବି.ପି.ୟୁ.ଟିର ଉପକୁଳପତି ଡ଼ ଚିତରଞ୍ଜନ ତ୍ରିପାଠୀ, ଯାଜପୁର ଜିଲ୍ଳାପାଳ ରଞ୍ଜନ କୁମାର ଦାଶ ଓ ପ୍ରମେୟ ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାପାତ୍ର ଯୋଗଦେବେ ।

12

ଏହି ସାମ୍ବାଦିକ ସମ୍ମିଳନିରେ ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନର ଅଧକ୍ଷ୍ୟ ଡ଼ ମନୋଜ କୁମାର ଦାଶ କହିଥିଲେ, ନିରନ୍ତର ରୂପେ ସମାଜ ପ୍ରତି ତ୍ୟାଗ ବା ନିଷ୍ଠାଥିବା ବ୍ୟକ୍ତିକୁ ଚିହ୍ନଟ୍ କରିବା ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନର ପ୍ରଥମ ଲକ୍ଷ୍ୟ । ଏଥିସହିତ ଏହି ସମ୍ମାନ ସମସ୍ତ ନାଗରିକମାନଙ୍କୁ ସମାଜର ବିଭିନ୍ନ ଦିଗରେ ପ୍ରତିଶୃତିବଦ୍ଦ ଭାବେ କାର୍ଯ୍ୟ କରିବାପାଇଁ ପ୍ରୋତ୍ସାହନ ସୃଷ୍ଠିକରିବ । ‘ଦ୍ୱିତୀୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯’ ଆସନ୍ତା ମାସ ୩ତାରିଖରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ ।

ଏହି ପ୍ରତିଭା ସମ୍ମାନ ଅବସରରେ ଦଧୀଚି ଶିକ୍ଷ୍ୟା ଜ୍ୟୋତି ସମ୍ମାନ,ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନ, ଦଧୀଚି ସେବା ଜ୍ୟୋତି ସମ୍ମାନ,ଦଧୀଚି କୃଷି ଜ୍ୟୋତି ସମ୍ମାନ, ଦଧୀଚି ଶିଳ୍ପ ଜ୍ୟୋତି ସମ୍ମାନ, ଦଧୀଚି ବିଞ୍ଜାନ ଜ୍ୟୋତି ସମ୍ମାନ, ଦଧୀଚି ଚିକିତ୍ସା ଜ୍ୟୋତି ସମ୍ମାନ, ଦଧୀଚି ସାମ୍ବାଦିକ ସମ୍ମାନ,ଦଧୀଚି ସାହିତ୍ୟ ଜ୍ୟୋତି ସମ୍ମାନ ଏବଂ ଦଧୀଚି ଛାତ୍ର ଜ୍ୟୋତି ସମ୍ମାନ ପ୍ରଦାନ କରାଯିବ ।କଟକ ସୁନ୍ଦରଗ୍ରାମ ସ୍ଥିତ ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନ ଆନୁକୁଲ୍ୟରେ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଆସୁଅଛି । ଏହି ଟ୍ରଷ୍ଟ ଅଧିନରେ ୫ଟି ଭିନ୍ନ ଭିନ୍ନ ଶିକ୍ଷ୍ୟାନୁଷ୍ଠାନ ରହିଛି ଯଥା- ଦଧୀଚି ଫାର୍ମାସି କଲେଜ, ଆରିୟାନ ଇନ୍ଷ୍ଠିଚୁଟ୍ ଅଫ୍ ଇଞ୍ଜିନେରିଙ୍ଗ ଏଣ୍ଡ ଟେକ୍ନୋଲୋଜି, ଏକାଡେମିଆ ଇଣଟରନ୍ୟାସନାଲ କଲେଜ ଅଫ୍ ସାଇନ୍ସ୍, ଦଧୀଚି ଇଣ୍ଡଷ୍ଟ୍ରିଆଲ ଟ୍ରେନିଙ୍ଗ ସେଣଟର, ଦଧୀଚି ପବ୍ଳିକ ସ୍କୁଲ । ଏହି ବାର୍ଷିକ ପୁରଷ୍କାର ବିତରଣୀ ଉତ୍ସବରେ ଓଡିଶାର ବିଭିନ୍ନ ଦିଗରେ ବିଜ୍ଞ ଏବଂ ଜଣାସୁଣା ବ୍ୟକ୍ତିତ୍ୱଙ୍କ ଉଦ୍ୟମ ଏବଂ ଯୋଗଦାନ ପାଇଁ ସେମାନଙ୍କୁ ଦଧୀଚି ଶିକ୍ଷ୍ୟା ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବ ।

68971721 116801053018322 1850635256760107008 N

ପଢନ୍ତୁ: ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ କେଉଁଠି ମକଡ୍ରିଲ ହେଉଛି ତ କେଉଁଠି ଗଭୀର ନୀଦରେ ଶୋଇଛି ପୋଲିସ

Related posts

ଯଦୁନାଥ ଦାଶମହାପାତ୍ରଙ୍କ ପରଲୋକ

ENO Beuro

ମୋଦିଙ୍କୁ ଚୋର କହି ଫସିଲେ କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା

ENO Beuro

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

ENO Beuro

1 comment

Leave a Comment