ଆଜି ଦ୍ୱିତୀୟ ଦିନିକିଆ: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

ast

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ପ୍ରଥମ ଦିନିକିଆ ହାଇଦ୍ରାବାଦରେ ଜିତିବା ପରେ ଟିମ୍ ଇଣ୍ଡିଆ ଆଜି ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ଗତ ଶନିବାର ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୬ ଉଇକେଟରେ ବିଜୟୀ ହୋଇଥିଲା। ଦଳର ବୋଲିଂ ଓ ବ୍ୟାଟିଂ ବିଭାଗ ଏଥିରେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଫଳରେ ଟି୨୦ ସିରିଜରେ ୦-୨ରେ ପରାଜୟ ପରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରି ପାରିଥିଲା ।

ଶିଖର ଧୱନ୍ ହାଇଦ୍ରାବାଦ ଦିନିକିଆରେ ଫେଲ୍ ମାରିଥିଲେ ହେଁ, ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ଯଦି ଧୱନ୍ ପୁନର୍ବାର ସୁଯୋଗ ପାଆନ୍ତି, ତାହେଲେ ରାହୁଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ ।ଆଜି ଦଳରେ ଲୋକେଶ ରାହୁଲଙ୍କୁ ସ୍ଥାନ ମିଳିପାରେ । ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ଏହାର ପୂରା ଫାଇଦା ଇଠାଇବେ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଆଜିର ମ୍ୟାଚ ଜିତିବା ନେଇ ଲକ୍ଷ୍ୟ ରଖିବ । କାରଣ ଟି୨୦ ସିରିଜ ଜିତିବା ପରେ ଦଳର ମନୋବଳ ଦୃଢ ରହିଛି ।

ପଢନ୍ତୁ; ଆଜି ବି ୧୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More