SPORTS

ଦ୍ୱିତୀୟ ଦିନିକିଆ: ଆଜି ବିଶାଖାପାଟନାରେ ହେବେ ଭାରତ-ୱେଷ୍ଟଇଣ୍ଡିଜ୍‌ ମୁହାଁମୁହିଁ

india

ଆଜି ଭାରତ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ। ପ୍ରଥମ ଦିନିକିଆରେ ବିରାଟ ବାହିନୀ ସହଜରେ ବିଜୟ କରିପାରିଥିଲେ। ଆଜି ବିଶାଖାପାଟନାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଭାରତ ନିଜର ଲୟ ବଜାୟ ରଖିବାକୁ ଚେଷ୍ଟା କରିବ। ଭାରତୀୟ ଅଧିନାୟକ ଯଦି ଏହି ମ୍ୟାଚରେ ୮୧ ରନ କରନ୍ତି ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ପଛରେ ପକାଇ ସବୁଠୁ କମ ପାଳିରେ ୧୦ ହଜାର ରନ ପୂରା କରିବାର ବିଶ୍ଵ ରେକର୍ଡ ସ୍ଥାପନ କରିବେ। ତେନ୍ଦୁଲକର ୨୫୯ଟି ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୨୦୪ ଇନିଂସରୁ ୯୯୧୯ ରନ କରିଛନ୍ତି।

india

ସମ୍ଭାବ୍ୟ ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ ଅଛନ୍ତି । ସେହିଭଳି ସମ୍ଭାବ୍ୟ ଓ୍ବେଷ୍ଟଇଣ୍ଡିଜ୍ ଦଳରେ ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କିରଣ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ, ଓସାନେ ଥୋମାସ ଅଛନ୍ତି ।

ସୂଚନାଯୋଗ୍ୟ ,ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ । ଆଜି ୨-୦ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମେନ୍‌ ଇନ୍‌ ବ୍ଲୁ । ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତର ମନୋବଳ ଦୃଢ ରହିଛି । ଅନ୍ୟପଟେ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଭ୍ରମଣକାରୀ ଦଳ ।

ପଢନ୍ତୁ; ଓଡ଼ିଶା ଧର୍ମାନୁଷ୍ଠାନ,ସଂସ୍କୃତିକୁ ଅପମାନ ମହଙ୍ଗା ପଡିଲା,ଜେଲରେ ଆୟାର

Related posts

ଆଇପିଏଲ୍‌ରେ ଖେଳିବେ ସେହ୍ବାଗଙ୍କ ଭଣଜା

ENO Beuro

ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Ratnamani Moharana

ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

ENO Beuro

Leave a Comment