POLITICALS

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନବୀନଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ପରୀକ୍ଷା

ଆସନ୍ତା କାଲି ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାରେ ୫ଟି ଲୋକସଭା  ଏବଂ ୩୫ଟି ବିଧାନସଭା  ଆସନରେ ମତଦାନ ହେବ । ଏଥିପାଇଁ ଗତକାଲିଠୁ ପ୍ରଚାର ଶେଷ ହୋଇଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନ ସହ ଏହା ଅଧିନରେ ଥିବା ୩୫ ବିଧାନସଭା ଆସନରେ ମତଦାନ ଦେବ । ୫ଟି ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ବିଧାନସଭା ଆସନର ୯,୧୧୭ଟି ବୁଥରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ।

 

ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭାରେ ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ରହିଛନ୍ତି।  ଏହି  ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି  ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ପର୍ଯ୍ୟାୟରେ ରହିଛନ୍ତି ଅନେକ ବରିଷ୍ଠ ନେତା

ପଢନ୍ତୁ: ଆଜି ସଂଧ୍ୟାରେ ନବୀନ ଓ ଅମିତ୍ ଶାହାଙ୍କ ରୋଡ ସୋ: ସିଲଭର୍ ସିଟିରେ ହେବ ହାଇଭୋଲଟେଜ୍ ଟକ୍କର

Related posts

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

Ratnamani Moharana

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment