SPORTS

ଆଜି ଦ୍ଵିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ଶେଷ ସୁଯୋଗ

india

ସିରିଜ ବଞ୍ଚାଇବା ଲକ୍ଷରେ ଭାରତ

ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଦ୍ଵିତୀୟ ଟ୍ବେଣ୍ଟି-୨୦। ବିଶାଖାପଟ୍ଟନମରେ ଅନୁଷ୍ଠିତ ପ୍ରଥମ ମ୍ୟାଚକୁ ଜିତି ସାରିଥିବା ଅଷ୍ଟ୍ରେଲିଆ ବିଜୟ ସହ ସିରିଜ ହାତେଇବାକୁ ପ୍ରସ୍ତୁତ। ଅନ୍ୟ ପଟରେ ଆଜିର ମ୍ୟାଚଟି ଘରୋଇ ଦଳ ପାଇଁ କର ବା ମର ପରିସ୍ଥିତି କରିଛି। ସିରିଜ ବରାବର କରିବା ପାଇଁ ଦଳ ନିକଟରେ ଶେଷ ସୁଯୋଗ ରହିଛି।

ଅଷ୍ଟ୍ରେଲିଆ ଦଳକୁ ହରାଇବା ପାଇଁ ଭାରତୀୟ କ୍ରିକେଟ୍ ଖେଳାଳି ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏହାସହ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ । ମ୍ୟାଚ୍ ପାଇଁ ଧୋନୀ ଜୋରଦାର୍ ଅଭ୍ୟାସ କରିଛନ୍ତି।

ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା କେଏଲ୍ ରାହୁଲଙ୍କୁ ଆଉ ଏକ ସୁଯୋଗ ଦେବ ଟିମ୍ ଇଣ୍ଡିଆ। ସେହିପରି ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଦଳରେ ସ୍ଥାନ ମିଳିବାର ସୁଯୋଗ ରହିଛି।

ଉଲ୍ଲେଖଯୋଗ୍ୟ,ଆଜିର ମ୍ୟାଚରେ ଦଳ ଚୟନ କରିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ମ୍ୟାଚରେ ଭାରତ ହାରିଯାଏ। ତେବେ ସିରିଜ ମଧ୍ୟ ହାତଛଡା କରିବ।

ପଢନ୍ତୁ; ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

Related posts

ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

ENO Beuro

ଏପ୍ରିଲ ୭ରୁ ଆରମ୍ଭ ଆଇପିଏଲ ମ୍ୟାଚ୍

ENO Beuro

ଫିଫା ବିଶ୍ୱକପ୍‌: ଫାଇନାଲରେ କ୍ରୋଏସିଆ-ଫ୍ରାନ୍ସ

ENO Beuro

Leave a Comment