SPORTS

ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ

rohit

ଅକଲ୍ୟାଣ୍ଡର ଇଡେନ୍‌ ପାର୍କରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି- ଟ୍ୱେଣ୍ଟି ଖେଳା ଯାଉଛି। ଏହି ମ୍ୟାଚ୍‌ରେ ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତୀୟ ଦଳକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିଛି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆରେ କୌଣସି ପରିବର୍ତ୍ତନ ହୋଇନାହିଁ।

ତେବେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି। ୬ ଓଭରରେ ଦଳ ୪୩ ରନ୍‌ କରି ଦୁଇ ୱିକେଟ୍‌ ହରାଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଇଫେର୍ଟ ଏବଂ କଲିନ ମନରୋ ୧୨ ରନ୍‌ ଲେଖାଏ କରି ଆଉଟ୍‌ ହୋଇଛନ୍ତି। ସାଇଫେର୍ଟଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିବା ବେଳେ ମନରୋଙ୍କୁ କ୍ରୁନାଲ ପାଣ୍ଡ୍ୟା ଆଉଟ୍‌ କରିଛନ୍ତି।

ପଢନ୍ତୁ;  ଆରବିଆଇ ମୁଦ୍ରାନୀତି: ଶସ୍ତା ହେବ ଇଏମ୍‌ଆଇ

Related posts

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

ENO Beuro

ଆଜି ଦ୍ଵିତୀୟ ଟ୍ବେଣ୍ଟି-୨୦: ଭାରତ ପାଇଁ ଶେଷ ସୁଯୋଗ

ENO Beuro

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେରେନା, ଜୋକୋଭିକ କ୍ୱାର୍ଟରରେ

ENO Beuro

Leave a Comment