News

ସେପ୍ଟେମ୍ବର ପହିଲାରୁ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି

Bank Inside Pti

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଓଡ଼ିଶାରେ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି   ରହିବ । ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବାକୁ ପରାମର୍ଶ ଦିଆଯାଉଛି । ସେପ୍ଟେମ୍ବର ୧ ତାରିଖ ରବିବାର ରହୁଥିବାରୁ ସ୍ୱାଭାବିକଭାବେ ବ୍ୟାଙ୍କ ଛୁଟି ରହିବ । ସୋମବାରଦିନ ଗଣେଶ ପୂଜା  ପଡୁଛି, ଯାହାକି ଏକ ଜାତୀୟ ସ୍ତରର ଛୁଟିଦିନ । ମଙ୍ଗଳବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡୁଛି । ଏହାକୁ ରାଜ୍ୟସରକାର ଛୁଟି ଘୋଷଣା କରିଛନ୍ତି ।

ଏହିପରିଭାବେ ଲଗାତାର ୩ ଦିନ ଛୁଟି ରହୁଥିବାରୁ ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ଦେବାର ଆଶଙ୍କା ରହିଛି । ଏଥିପାଇଁ ଗ୍ରାହକମାନେ ଆଗୁଆ ନିଜର ଜରୁରୀ କାମ ସାରିଦେବା ଆବଶ୍ୟକ । ଅନ୍ୟପକ୍ଷରେ ବ୍ୟାଙ୍କ ଲଗାତାର ୩ ଦିନ ବନ୍ଦ ରହୁଥିବାରୁ ଏଟିଏମ ଗୁଡ଼ିକ ଉପରେ ଅଧିକ ଚାପ ପଡିବାର ସମ୍ଭାବନା ରହିଛି । ସମୟ ପୂର୍ବରୁ ଯଥେଷ୍ଟ ନଗଦ ଟଙ୍କା ଭର୍ତ୍ତି ନକରାଗଲେ ଏଗୁଡ଼ିକ ଖାଲି ହୋଇଯିବାର ଆଶଙ୍କା ରହିଛି । ଚଳିତ ଅଗଷ୍ଟ ମାସରେ ମଧ୍ୟ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ପଡିଥିଲା । ୧୦ ତାରିଖ ୨ୟ ଶନିବାର, ୧୧ ରବିବାର ଓ ୧୨ ତାରିଖ ଇଦ୍‌ ଯୋଗୁଁ ବ୍ୟାଙ୍କ ଛୁଟି ଥିଲା ।

ପଢନ୍ତୁ: ୭ ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ‘ଜିନ ହ୍ୱାର୍‌’ ମାଲିକଙ୍କୁ ନିର୍ଦ୍ଦେଶ

Related posts

ପୁଣି ବଢିଲା ସୁନାଦର : ଗୋଟିଏ ଦିନରେ ବଢିଲା ୧୧ ଶହରୁ ଅଧିକ ଟଙ୍କା

Ratnamani Moharana

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

Ratnamani Moharana

ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

ENO Beuro