Spread the loveସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ନେବା ନିମିନ୍ତ ପ୍ରାୟ ୩ ଲକ୍ଷ ଯୁବକ ଯୁବତୀ ଜାପାନ ଯିବେ  । ୩ରୁ ୫ ବର୍ଷ ଭିତରେ ଅନ୍ ଜବ୍ ଟ୍ରେନିଂ... ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ଭାରତୀୟ ଯୁବକ ଯୁବତୀ ଜାପାନ ଯିବେ
Spread the love

ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ନେବା ନିମିନ୍ତ ପ୍ରାୟ ୩ ଲକ୍ଷ ଯୁବକ ଯୁବତୀ ଜାପାନ ଯିବେ  । ୩ରୁ ୫ ବର୍ଷ ଭିତରେ ଅନ୍ ଜବ୍ ଟ୍ରେନିଂ ନେବାକୁ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଜାପାନ ପଠାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ ତାଲିମ ପାଇଁ ସମସ୍ତ ଖର୍ଚ୍ଚ ଜାପାନ ସରକାର ବହନ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ଟେକ୍ନିକାଲ ଇଂଟର୍ଣ ଟ୍ରେନିଂ ପ୍ରୋଗ୍ରାମ (ଟିଆଇଟିପି) ଅନୁଯାୟୀ ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ମେମୋରାଣ୍ଡମ ଅଫ୍ କୋଅପରେସନ୍ ଚୁକ୍ତି କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ।

ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ତାଙ୍କର ତିନି ଦିନିଆ ଟୋକିଓ ଗସ୍ତରେ ଏହି ଏମ୍‌ଓସି ସ୍ୱାକ୍ଷରିତ ହୋଇ ପାରେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭାରତୀୟ ଯୁବକଯୁବତୀ, ସେଠାରେ ଜାପାନ ଇକୋସିଷ୍ଟମରେ କାମ କରିବେ ଏବଂ ସେଠାରେ ରହିବା ଖାଇବାସମସ୍ତ ପ୍ରକାର  ସୁବିଧା ପାଇବା ସହ ପ୍ରାୟ ୫୦ ହଜାର ଟ୍ରେନି ଜାପାନରେ କାମ ମଧ୍ୟ ପାଇପାରିବେ ବୋଲି ମଧ୍ୟ ପ୍ରଧାନ କହିଛନ୍ତି ।

ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ ଭାରତୀୟ ଯୁବକ ଯୁବତୀ ଜାପାନ ଯିବେ

ପଢନ୍ତୁ, ସମୁଦ୍ରକୁ ଯାଉଥିବା ସମସ୍ତ ମତ୍ସ୍ୟଜୀବୀଙ୍କ ପାଇଁ ବାୟୋମେଟ୍ରିକ୍‌ ପରିଚୟପତ୍ର ବାଧ୍ୟତାମୂଳକ

 

No comments so far.

Be first to leave comment below.

Your email address will not be published. Required fields are marked *