POLITICALS

ସାମୂହିକ ଇସ୍ତଫା ଦେଲେ କଂଗ୍ରେସର ୩ ପୂର୍ବତନ ବିଧାୟକ

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ନେଲା ଉଗ୍ରରୂପ…

ଲୋକସଭା ଆସନ ପ୍ରାର୍ଥୀ ପତ୍ରଗ ଘୋଷଣା ପରେ ଗୋଷ୍ଠୀ କନ୍ଦଳ  ଦେଖିବାକୁ ମିଳିଛି ସବୁ ଦଳରେ। ପ୍ରଥମେ ବିଜେପି ତାପରେ ବିଜେଡ଼ି ଆଉ ଏବେ କଂଗ୍ରେସର ଗୋଷ୍ଠୀ କନ୍ଦଳ। କଂଗ୍ରେସର ଅସନ୍ତୋଷ ନେଇଛି ଉଗ୍ର ରୂପ। ୩ ଜଣ ପୂର୍ବତନ ବିଧାୟକ  ସାମୁହିକ ଭାବେ ଦେଇଛନ୍ତି ଇସ୍ତଫା । ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ଏହି ୩ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ ଆସି ଇସ୍ତଫା ଦେଇଛନ୍ତି ଜୁନାଗଡ଼ର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଯୁଗରାମ ବେହେରା।

ଏହି ଗୋଷ୍ଠୀ କନ୍ଦଳକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ  କହିଛନ୍ତି“ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ୨ରୁ ୩ ଜଣ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହିଁ ପ୍ରାର୍ଥୀ ହେବେ। ନିଶ୍ଚିତ ଭାବେ ଅନ୍ୟମାନେ ଅସନ୍ତୋଷ  ପ୍ରକାଶ କରିବେ।
ପଢନ୍ତୁ: ଇସ୍ରୋ ୩ ମିନିଟରେ ସମ୍ପୂର୍ଣ୍ଣ କଲା ମିଶନ: ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Related posts

Former Odisha Health Minister Syed Mustafiz Ahmed Passed Away After Prolonged Illness

ENO Beuro

ମସଜିଦ ଭାଙ୍ଗିଥିଲୁ, ମନ୍ଦିର କରିବୁ: ସ୍ୱାଧୀ ପ୍ରଜ୍ଞା

Ratnamani Moharana

କଂଗ୍ରେସରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

Ratnamani Moharana

Leave a Comment