News

୭ହାତୀ ମୃତ୍ୟୁ ଘଟଣା: ୩ଜଣ ଗିରଫ

hatihati

ଢେଙ୍କାନାଳ ଜିଲ୍ଲାର ସଦର ବନାଞ୍ଚଳ କମଳାଙ୍ଗ ଗ୍ରାମ ନିକଟରେ ୭ ହାତୀଙ୍କ ଗଣମୃତ୍ୟୁ ଘଟଣାରେ ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ବିଟ୍‌ ଫରେଷ୍ଟ ଗାର୍ଡ ଗିରିଶ ହେହୁରୀ, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

hatihati

ସୂଚନା ଅନୁସାରେ ,ଢେଙ୍କାନାଳ ଜିଲ୍ଲାରେ ସଦର ବନାଞ୍ଚଳ କମଳାଙ୍ଗ ଗ୍ରାମରେ ୧୧ କେଭି ବିଦୁ୍ୟତ ତାର ଲାଗିଯିବାରୁ ୭ ହାତୀଙ୍କର ମୃତୁ୍ୟ ହୋଇଥିଲା । ମୃତ ହାତୀଙ୍କ ମଧ୍ୟରେ ୫ଟି ମାଈ, ଗୋଟିଏ ଦନ୍ତା ଏବଂ ଛୁଆ ହାତୀଟିଏ ରହିଛି । ରେଳୱେ ବି୍ରଜ କାମ ପାଇଁ ସେସୁ ବିଭାଗ ଏହି ତା’ର ଟାଣିଥିଲା । ଏହି ତାର ବିପଦସଂକୁଳ ଭାବେ ଭୂମି ଠାରୁ ଅଳ୍ପ ଉଚ୍ଚତାରେ ଝୁଲି ରହିଥିଲା । ପୂର୍ବରୁ ସ୍ଥାନୀୟ ଲୋକେ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାକୁ ସୁରକ୍ଷିତ ଉଚ୍ଚତାରେ ରଖାଯାଇନଥିଲା ।

ବନବିଭାଗ ମଧ୍ୟ ଏଥିପ୍ରତି ଆଖି ବୁଜି ଦେଇଥିଲା । ହାତୀପଲଙ୍କୁ ଦେଖିବି ଘଉଡ଼ାଇନଥିବା ଅଭିଯୋଗ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ବନ ବିଭାଗ, ବିଦୁ୍ୟତ ବିଭାଗ ଏବଂ ରେଳ ବିକାଶ ନିଗମକୁ ରିପୋର୍ଟ ତଲବ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିଦେ୍ର୍ଧଶ ଦେବା ପରେ ଦୋଷୀ ଅଧିକାରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି ।

ପଢନ୍ତୁ; ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ଆବେଦନ

Related posts

ମହଙ୍ଗା ହେଲା ସୁନା ଦର

ENO Beuro

ଓଡ଼ିଶାରୁ କଲୋମ୍ବା ଓ ବ୍ୟାଙ୍କକକୁ ଉଡ଼ିବ ଏୟାର ଏସିଆ !

ENO Beuro

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ENO Beuro

Leave a Comment