News

ସମୁଦ୍ରରେ ବୁଡ଼ିଗଲେ ୫ ଛାତ୍ର ,୨ ଗୁରୁତର

sea

ବଣଭୋଜି କରିବାକୁ ଯାଇଥିବାବେଳେ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି ୩ ଇଞ୍ଜିନିୟରିିଂ ଛାତ୍ର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଜାହାନିଆ ପୀର ନିକଟରେ ରବିବାର ଘଟିଛି ଏକ ଦୁଖଃଦ ଘଟଣା। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିିଂ କଲେଜର ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବଣଭୋଜି କରିବାକୁ ସେଠାକୁ ଯାଇଥିଲେ। ସେଠାରେ କିଛି ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିବାବେଳେ ୫ ଜଣ ଜୁଆର ମାଡ଼ରେ ବୁଡ଼ି ଯାଇଥିଲେ।

sea ପ୍ରାୟ ୩୦ ମିନିଟ୍ ସେମାନେ ସମୁଦ୍ରରେ ଗାଧୋଇଥିଲେ। ତେବେ ସମୁଦ୍ରର ଅନ୍ତଃସ୍ରୋତ ଯୋଗୁଁ ଗାଧୋଉଥିବା ଛାତ୍ରମାନେ ସମୁଦ୍ର ଭିତରକୁ ଟାଣି ହୋଇଯାଇଥିଲେ। ପ୍ରଥମେ ଦୁଇ ଜଣ ବୁଡ଼ିଯାଇଥିଲେ। ବୁଡି ଯାଉଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ଅନ୍ୟ ତିନି ଭିତରକୁ ଯାଉଥିଲେ। ଗଭୀର ସମୁଦ୍ର ଭିତରେ ସମସ୍ତ ୫ଜଣ ଛାତ୍ର ବୁଡିଯାଇଥିଲେ।

ଏବେବି ୨ ଜଣ ପିଲା ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପୁଲିସ୍ ଓ ସ୍ଥାନୀୟ ଲୋକେ ଉଦ୍ୟମ କରୁଛନ୍ତି।

ପଢନ୍ତୁ;  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସୁନାବେଶ

Related posts

ସୁସ୍ଥ ହୋଇ ଓଡିଶା ଫେରିଲେ ଓଲିଉଡ ହାସ୍ୟ ଅଭିନେତା ପପୁ ପମପମ୍

ENO Beuro

ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ,୪ଜଣ ଜୀବନ୍ତ ଦଗ୍ଧ

ENO Beuro

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ENO Beuro

Leave a Comment