News

ଭାରତର ବିଭିନ୍ନ ରାଜ୍ୟରେ ଝଡବାତ୍ୟା ନେଲା ୩୧ ଜୀବନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ମୋଦି

 ଉତ୍ତର ଓ ପଶ୍ଚିମ ଭାରତ ଝଡ଼ ତୋଫାନରେ କରାଳ ରୂପ

ଦେଶର ବିଭିନ୍ନ ରାଜ୍ୟରେ  ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ  ଯୋଗୁ ବହୁ ଧନଜୀବନ ହାନି ହୋଇଛି। ଏହି  ଝଡବାତ୍ୟାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ପାଗ ବଦଳିଯାଇଥିଲା। ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ନୂଆଦିଲ୍ଲୀରେ ଝଡ଼ତୋଫାନ ସହ ବର୍ଷା ଏବଂ ବଜ୍ରପାତ  ହୋଇଥିଲା। ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ  କରି ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଝଡ଼ବାତ୍ୟାରେ ନିହତ ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସେ ଅତ୍ୟନ୍ତ ମର୍ମାହତ | ଆହତମାନଙ୍କ ପାଇଁ ସେ ଶୁଭକାମନା   କରିଛନ୍ତି | ପ୍ରଧାନମନ୍ତ୍ରୀ ସହାୟତା ପ୍ରକୋଷ୍ଠ ତରଫରୁ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ ସହାୟତା ରାଶି  ଘୋଷଣା କରିଛନ୍ତି | ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି |
ପଢନ୍ତୁ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନବୀନଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ଭାଗ୍ୟ ପରୀକ୍ଷା

Related posts

ରଥଯାତ୍ରାରେ ଟେଲିଭିଜନ୍‌ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ENO Beuro

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Ratnamani Moharana

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ସୀତାଂଶୁ କରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି

ENO Beuro

Leave a Comment