EnewsOdia.Com

ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

 ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ପିଲା ପ୍ରସ୍ତୁତ ହୋଇନପାରିଲେ ବିଚାର କରିବେ ସରକାର । ଆସନ୍ତା ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ କରାଯିବା ନେଇ ପଦକ୍ଷେପ ନେବେ ସରକାର ।  ଏହାକୁ ନେଇ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିଲେ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବା ନେଇ ରାଜ୍ୟ ସରକାର ନେଇଥିବା  ନୂଆ ନିଷ୍ପତ୍ତିକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ ।

ଆଜି ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ସମେତ ଚନ୍ଦ୍ରଶେଖର ପୁର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟରେ  ଛାତ୍ର ଅଶାନ୍ତି ଦେଖାଦେଇଥିଲା । ରମାଦେବୀରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ଫାଟକରେ ତାଲା ପକାଇଦେଇଥିଲେ । ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀମାନେ ବାଲିପାଟଣା- ଭିଙ୍ଗାରପୁର ରାସ୍ତାରେ ଟାୟାର ଜାଳି  ରାସ୍ତାରୋକ କରିଥିଲେ ।  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ପାଇଁ ହୋଇଥିବା ନୂଆ ନିୟମ ନେଇ ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।

ପଢନ୍ତୁ: ବର୍ଷେ କାଳ ଶୋଇ ରହି ପବଜୀ ଖେଳି ଶେଷରେ ନିଷ୍କ୍ରିୟତା ଓ ଅବସାଦର ଶିକାର ହୋଇ ପ୍ରାଣ ହରାଇଲେ ଯୁବକ

ସମ୍ବନ୍ଧିତ ଖବର

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

Ratnamani Maharana

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ଲାଗିଲା ନିଆଁ

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana

ସିଏଏ ନାଗରିକତା ଦେବ, ନେବ ନାହିଁ: ଅମିତ ଶାହ

Ratnamani Maharana