• Home
  • News
  • ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ
News

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ଟୁର୍‌ ଅପରେଟର୍ସ (ଇଏଟୋ) ସମ୍ମିଳନୀ  । ଐତିହ୍ୟ ପର୍ଯ୍ୟଟନ ସାଙ୍ଗକୁ ବେଳାଭୂମି, ପରିବେଶ ପର୍ଯ୍ୟଟନସ୍ଥଳୀ, ଆଦିବାସୀ ପର୍ଯ୍ୟଟନସ୍ଥଳୀ ଓ ନୂଆ ବୌଦ୍ଧ ପର୍ଯ୍ୟଟନସ୍ଥଳୀରେ ବି ଏହାର ଅଂଶ ବିଶେଷ ହେବ ।  ଏକ ବିରାଟ ସମୟ ୯ ବର୍ଷ ର ବ୍ୟବଧାନ ପରେ ଓଡ଼ିଶାରେ ଏହି ସମ୍ମିଳନୀ ର ଆୟୋଜନ ହଉଛି ।

ଏହି ସମ୍ମିଳନୀରେ ୧ହଜାର ଟୁର୍‌ ଅପରେଟର୍ସ, ଟ୍ରାଭେଲ୍‌ ଲେଖକ, ହୋଟେଲ ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ, ଟୁରିଷ୍ଟ୍‍ ଗାଇଡ୍‌, ପର୍ଯ୍ୟଟକ ଅଂଶଗ୍ରହଣ କରିବେ । ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆୟୋଜିତ ହେବାକୁ ଯାଉଥିବା ୩୩ତମ ଇଏଟୋ ସମ୍ମିଳନୀର ଥିମ୍‌ ରହିଛି ‘ଭାରତ ପର୍ଯ୍ୟଟନ: ନୂଆ ଢଙ୍ଗରେ ଉପସ୍ଥାପନ କରିବାର ସମୟ’।

ଯେଉଁଠି ଏହି ସମ୍ମିଳନୀ ହେଇଛି ସେଠାର ପରଜ୍ଯତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ଉରନ୍ନତି ହେଇଛି । ତେଣୁ ଇଏଟୋର ଏହି ପ୍ରୟାଶ ନିଶ୍ଚୟ ଓଡିଶା ପାଇଁ କାର୍ଯ୍ୟ କରିବ ।

ଦେଶର ୬୦ ପ୍ରତିଶତ ପର୍ଯ୍ୟଟକ ବୁଲାବୁଲି କରିବା ପାଇଁ ଟୁର୍‌ ଅପରେଟରଙ୍କ ସହଯୋଗ ନିଅନ୍ତି । ତେଣୁ ରାଜ୍ୟର ପର୍ଯ୍ୟଟନକୁ ସୁଦୃଢ଼ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା । ସଂପ୍ରତି ରାଜ୍ୟକୁ ପର୍ଯ୍ୟଟକ ଆଗମନ ହାର ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହା କି ବିଶ୍ୱର ପର୍ଯ୍ୟଟନ ଆଗମନ ହାର ୪ ପ୍ରତିଶତଠାରୁ ଅଧିକ । ତେଣୁ ଏହି ଇଏଟୋ ସମ୍ମିଳନୀ ଓଡ଼ିଶା ପାଇଁ ଆହୁରି ସୁଯୋଗ ଆଣିବ ବୋଲି ପର୍ଯ୍ୟଟନ ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି । ଏଥର ୫୦ ପ୍ରତିଶତ ଆଲୋଚନା ଉପସ୍ଥିତ ଅଂଶଗ୍ରହଶକାରୀଙ୍କ ସହ କରାଯାଇ ଏହାକୁ ଗୁରୁତ୍ୱ ଦିଆଯିବ।

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ  ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ପଢନ୍ତୁ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନ ବିଷୟରେ ।

Related posts

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

Krishna Kumar Manoj

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Krishna Kumar Manoj

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ : ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ , ୭ଜଣ ଯବାନ ଆହତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More