News

ବନ୍ଧୁମାନଙ୍କ ସହ ମିଶି ଝିଅକୁ ବଳାତ୍କାର କଲା ବାପା

ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଭାବେ ଭେଟି ଦେଲେ ବାପା

କାଠୁଆ ଓ ସୁରଟ ବଳାତ୍କାର ଓ ହତ୍ୟାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ତେଜୁଥିବା ବେଳେ ଉତ୍ତର ପ୍ରଦେଶରେ ଏଭଳି ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ୭୦ କିଲୋମିଟର ଦୂର ସୀତାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା । ସାଥୀମାନଙ୍କୁ ଖୁସି କରିବାକୁ ଉପହାର ଭାବେ ପିତା ନିଜ ଝିଅକୁ ଅର୍ପଣ କରିଛନ୍ତି ।

୩୫ ବର୍ଷୀୟା ଉକ୍ତ ଯୁବତୀ ଜଣକ ବିବାହିତା ହୋଇଥିବା ବେଳେ ତାଙ୍କର ୧୪ ବର୍ଷର ଏକ ପୁତ୍ର ସନ୍ତାନ ରହିଛି । ସେ ମେଳା ବୁଲିବାକୁ ବାପାଙ୍କ ଘରକୁ ଆସିଥିବା ସମୟରେ ତାଙ୍କ ସାଙ୍ଗରେ ଘଟିଛି ଏହି ଅଘଟଣ । ମେଳାରୁ ତାଙ୍କ ପିତା ଝିଅଙ୍କୁ ଜଣେ ସାଙ୍ଗ ମାନ ସିଂଙ୍କ ସହ ଘରକୁ ପଠାଇ ଦେବାକୁ କହିଥିଲେ । ହେଲେ ମାନ ସିଂ ତାଙ୍କୁ ଘରେ ନ ଛାଡି ଅନ୍ୟ ଜଣେ ସାଙ୍ଗଙ୍କ ଘରକୁ ନେଇ ଯାଇଥିଲେ ।

ସେଠାରେ ୨ସାଙ୍ଗ ଓ ଯୁବତୀଙ୍କ ପିତା ମିଶି ତାଙ୍କୁ ଦୀର୍ଘ ୧୮ ଘଣ୍ଟା ବଳାତ୍କାର କରିଥିଲେ । ଏକଥା ପୋଲିସରେ ଅଭିଯୋଗ କଲେ ଅବା କାହାକୁ କହିଲେ ତାଙ୍କ ସହ ତାଙ୍କ ପୁଅକୁ ମାରିଦେବାକୁ ମଧ୍ୟ ସେମାନେ ଧମକ ଦେଇଥିଲେ । ପରେ ପୀଡିତା ସବୁକଥା ତାଙ୍କ ମାଆଙ୍କ ଆଗରେ କହିବା ପରେ ଘଟଣା ପଦାକୁ ଆସିଛି । ଏ ସର୍ମ୍ପକରେ ପୀଡିତା ଥାନାରେ ଏଫ୍‌ଆଇଆର୍‌ ଦେଇଥିବା ଜଣାପଡିଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

Related posts

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ବିମାନର କ୍ୟାପଟେନ ଥିଲେ ଭାରତୀୟ

ENO Beuro

Koraput’s SLN Medical College & Hospital Inaugurated Today By Odisha CM Naveen Patnaik

ENO Beuro

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More