News

ଉତ୍ତରାଖଣ୍ଡ,ୟୁପିରେ ବିଷାକ୍ତ ମଦ ପିଇ ୩୮ ମୃତ

drink

ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ୩୮ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିସାରିଲେଣି । ଯାହା ଏବେ ଦେଶବ୍ୟାପି ଏକ ପ୍ରକାରର ଆଲୋଡନ ଖେଳାଇଦେଇଛି । ଏହି ଅଭାବନୀୟ ଘଟଣା ପ୍ରଥମେ ସହାରନପୁରରେ ଘଟିଥିଲା ଯେଉଁଥିରେ ୧୬ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସେମାନଙ୍କ ପରିବାରଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅଭିନାଶ ଆଓ୍ବସ୍ତି। ସେପଟେ ପୁଲିସ୍‌ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ; ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

Related posts

ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ENO Beuro

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ENO Beuro

Leave a Comment