News

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

By ENO Beuro

March 20, 2018

ଇରାକ୍‌ ମୋସୁଲରେ ଅପହୃତ ହୋଇଥିବା ୩୯ ଭାରତୀୟଙ୍କୁ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ଆତଙ୍କବାଦୀ ସଂଗଠନ ହତ୍ୟା କରିଛି। ଏନେଇ ବୈଦେଶିକ ବ୍ୟପାରମନ୍ତ୍ରୀ ସୁଷମା ସ୍ୱରାଜ ଆଜି ରାଜ୍ୟସଭାରେ ସୂଚିତ କରିଛନ୍ତି। ଅପହୃତ ପରିବାର ସଦସ୍ୟଙ୍କ ଡିଏନ୍‌ଏ ଇରାକ ପଠାଯାଇ ସେଠାରେ ପରୀକ୍ଷଣ କରାଯାଇଥିଲା। ଡିଏନ୍‌ଏ ମୋସୁଲ୍‌ରୁ ସଂଗୃହୀତ ଦେହାବଶେଷ ସହିତ ମେଳ ଖାଉଥିବା ସେ କହିଛନ୍ତି।

ମୃତ୍ୟୁବରଣ କରିଥିବା ଭାରତୀୟଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ୨୦୧୪ରେ ଅପହରଣ କରିଥିଲେ।

ମୋସୁଲ ଆଇଏସଆଇଏସ୍ କବଜାରେ ରହିବା ପରେ ଜୁନ ୨୦୧୪ରେ ୩୯ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିଯାଇଥିବାର ଖବର ଆସିଥିଲା।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ଅପହୃତ ହୋଇଥିବା ଭାରତୀୟଙ୍କୁ ଆଇଏସଆଇଏସ୍ ମାରିଛନ୍ତି । ଡିଏନଏମ ସାମ୍ପଲ ଜରିଆରେ ଶବଗୁଡ଼ିକର ଚିହ୍ନଟ ହୋଇଛି । ୩୯ ଜଣରୁ ୩୮ ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ୩୯ ନମ୍ବର ବ୍ୟକ୍ତିଙ୍କ ବିଷୟରେ ଯାଂଚ ଜାରି ରହିଛି । ସୁଷମା କହିଛନ୍ତି, ପାହାଡ଼ ଖୋଳିବା ପରେ ଭାରତୀୟଙ୍କ ଶବକୁ ବାହାର କରାଯାଇଥିଲା । ଜେନେରାଲ ବିକେ ସିଂ ସେଠାକୁ ଯାଇ ପ୍ରମାଣ ଖୋଜିବାରେ ବହୁତ ପରିଶ୍ରମ କରିଥିଲେ । ସର୍ବପ୍ରଥମେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ଡିଏନଏ ମ୍ୟାଚ ହୋଇଥିଲା। ବୈଦେଶିକ ମନ୍ତ୍ରୀ ଆଜି କହିଛନ୍ତି ୩ ବର୍ଷ ପର୍ଯ୍ୟନ୍ତ ଉକ୍ତ ଭାରତୀୟଙ୍କ ଅନୁସନ୍ଧାନ ଚାଲିଥିଲା।

ପଢନ୍ତୁ;ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?