ତୃତୀୟ ଦିନିକିଆ: ଭାରତ ୭ ୱିକେଟରେ ବିଜୟୀ

in

୧୦ ବର୍ଷ ପରେ ସିରିଜ୍ କବଜା

ନ୍ୟୁଜିଲାଣ୍ଡ ମାଟିରେ ଟିମ ଇଣ୍ଡିଆର ଆଧିପତ୍ୟ ଜାରି ରହିଛି। ଭାରତ ୭ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରି ୩-୦ରେ ସିରିଜ ବିଜୟୀ ହୋଇଛି। ୨୪୪ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଦଳ ବ୍ୟାଟିଂ ଆରମ୍ଭ କରିଥଲା। ମାତ୍ର ୩ ଉଇକେଟ ହରାଇ ଭାରତ ଲକ୍ଷ୍ୟ ହାସଲ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଉପରେ ଏହି ସହଜ ବିଜୟ ଜରିଆରେ ଭାରତ ଦିନିକିଆ ସିରିଜ ପୋଛି ନେଇଛି।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୪୩ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୪୨ଟି ବଲ୍‌ ପୂର୍ବରୁ ୩ ୱିକେଟ୍‌ ହରାଇ ୨୪୫ ରନ୍‌ କରିନେଇଛି। ମହେନ୍ଦ୍ର ସିଂହ ଧୋନିଙ୍କ ପରେ ବିରାଟ୍‌ କୋହଲି ଦ୍ୱତୀୟ ଭାରତୀୟ ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ୍‌ ଜିତିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ଭାରତ ବିଜୟ ବେଳକୁ ଦୀନେଶ କାର୍ତ୍ତିକ ୩୮ ଓ ଅମ୍ବାତି ରାୟୁଡୁ ୪୦ ରନ୍‌ କରି ଅପରାଜିତ ରହିଥିଲେ। ୯ ଓଭରରେ ମାତ୍ର ୪୧ ରନ୍‌ ଦେଇ ୩ଟି ୱିକେଟ୍‌ ଦଖଲ କରିଥିବା ଟିମ୍‌ ଇଣ୍ଡିଆର ମହମ୍ମଦ ଶାମିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ୩୧ତାରିଖରେ ଖେଳାଯିବ।

ପଢନ୍ତୁ; ଆଜି ଓଡିଶା ଆସିଛନ୍ତି ଶାହ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More