News

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ହେଭିୱେଟଙ୍କ ଭିତରେ ହେବ ବିଗ୍ ଫାଇଟ୍

୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆସନ୍ତାକାଲି ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଗତକାଲି(ରବିବାର) ସନ୍ଧ୍ୟାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କାର୍ଯ୍ୟ ସରିଥିବା ବେଳେ ଆସନ୍ତକାଲି ସକାଳେ ମତଦାନ ହେବ । କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ।  ଏହା ଅଧୀନର ୪୨ ବିଧାନସଭା ପାଇଁ ୨୩ରେ ପଡ଼ିବ ଭୋଟ । ତୃତୀୟ ପର୍ଯ୍ୟାୟରେ ମୋଟ ୪୧୭ ପ୍ରାର୍ଥୀ  ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ତେବେ ତୃତୀୟ ପର୍ଯ୍ୟାୟରେ କିଛି ଚର୍ଚ୍ଚିତ ଆସନ ଓ ପ୍ରାର୍ଥୀ ଥିବାରୁ ସୁପରହିଟ୍ ଫାଇଟ୍ ସମ୍ଭାବନା ରହିଛି । ସବୁଠାରୁ କୌତୂହଳର କଥା ହେଲା, ରାଜଧାନୀ ଭୁବନେଶ୍ବରରେ ଅବସରପ୍ରାପ୍ତ ଆଇଏଏସ (ଅପରାଜିତା ଷଡଙ୍ଗୀ)-ଆଇପିଏସ୍  (ଅରୂପ ପଟ୍ଟନାୟକ) ପରୀକ୍ଷା ଦେବେ। କଟକରେ ଅଭିଜ୍ଞ ସାଂସଦ ଭର୍ତୃହରି ମହତାବ ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର  ଏବଂ ପୁରୀରେ ଜାତୀୟ ସ୍ତରରେ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର  ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ରଙ୍କ ଲୋକପ୍ରିୟତାର ପରୀକ୍ଷା ନିରୀକ୍ଷା ହେବ। ତେବେ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ଅଧିକାଂଶ ଚର୍ଚ୍ଚିତ ଚେହେରା ନିଜନିଜ ପରୀକ୍ଷା ଦେଉଛନ୍ତି ଯେଉଁମାନଙ୍କୁ ଭୋଟର ଆଗାମୀ ମଙ୍ଗଳବାର ଜବାବ ଜଣାଇବେ।

ପଢନ୍ତୁ: ଭୁବନେଶ୍ଵରରେ ନିର୍ବାଚନୀ ହିଂସା: ଜଗନ୍ନାଥ ଓ ଅନନ୍ତଙ୍କୁ ବୋମା ମାଡ

Related posts

ସୁସମାଙ୍କ ବିମାନ ୧୪ ମିନିଟ୍ ଗାଏବ !

ENO Beuro

ଚିକେନ୍‌ ଓ ଅଣ୍ଡାକୁ ନିରାମିଷ ଘୋଷଣା କରିବାକୁ ରାଜ୍ୟସଭାରେ ଦାବି

Ratnamani Moharana

ପେଥାଇ ଉଜାଡିଲା ୧୬ ଜିଲ୍ଲାରେ ଫସଲ

ENO Beuro

Leave a Comment