ତୃତୀୟ ଟ୍ବେଣ୍ଟି-୨୦:ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

newzealand

ଟୀମଇଣ୍ଡିଆ ର କ୍ରମାଗତ ୧୦ ସିରିଜ୍ ବିଜୟଧାରା ବ୍ରେକ ଲାଗିଛି।ଭାରତଠାରୁ ଦିନିକିଆ ସିରିଜରେ ୪-୧ରେ ହାରିବା ପରେ ନ୍ୟୁଜିଲାଣ୍ଡ ଟି୨୦ ସିରିଜକୁ ୨-୧ରେ ଜିତିଯାଇଛି। ଫଳରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଅତ୍ୟନ୍ତ ସଫଳ ହୋଇଥିଲେ ମଧ୍ୟ ଶେଷରେ ପରାଜୟ ସହ ଭାରତକୁ ସ୍ବଦେଶ ଫେରିବାକୁ ପଡିଛି। ରବିବାର ସ୍ଥାନୀୟ ସେଡନ ପାର୍କରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ମାତ୍ର ୪ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି।

ନ୍ୟୁଜିଲାଣ୍ଡ ଦେଇଥିବା ୨୧୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଭଲ ଆରମ୍ଭ କରି ନଥିଲେ ମଧ୍ୟ ଋଷବ ପନ୍ତ ( ୨୮ ରନ୍, ୧୨ ବଲ୍, ୧ ଚୌକା, ୩ ଛକା), ବିଜୟ ଶଙ୍କର (୪୩ ରନ୍, ୨୮ ବଲ୍, ୫ ଚୌକା, ୨ ଛକା)ଙ୍କ ଭଳି ଯୁବ ତାରକାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ସେହିଭଳି ଦୀନେଶ କାର୍ତିକ (୩୩* ରନ୍, ୧୬ ବଲ୍, ୪ ଚୌକା)-କ୍ରୁନାଲ ପାଣ୍ଡ୍ୟା (୨୬* ରନ୍, ୧୩ ବଲ୍, ୨ ଚୌକା, ୨ ଛକା)ଙ୍କ ୬୩ ରନ୍‌ର ସପ୍ତମ ୱିକେଟ୍ ଭାଗୀଦାରି ପାଇଁ ବିଜୟ ଦେଖିବାର ଆଶା ସଂଚାର ହୋଇଥିଲା

ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆସିଥିବା ନ୍ୟୁଜିଲାଣ୍ଡ ତରଫରୁ ମୁନରୋଙ୍କ ଦ୍ରୁତ ୭୨ ରନକୁ ବାଦ୍‌ ଦେଲେ ଅନ୍ୟତମ ଓପନର ସେଇଫର୍ଟ ୨୫ ବଲରୁ ୩ ଚୌକା ଓ ୩ ଛକା ସହ ୪୩ ରନ କରିଥିଲେ। ଓପନିଂ ଯୋଡିରେ ଆସିଥିବା ଦୁଇ ଓପନର ୮୦ ରନ କରିଥିଲେ। ଓ୍ବିଲିୟମସନ ୨୧ ବଲରୁ ୨୭, ଗ୍ରାଣ୍ଡହୋମ ୧୬ ବଲରୁ ୩ ଚୌକା ଓ ୧ ଛକା ସହ ୩୦ ରନ କରି ଆଉଟ ହୋଇଯାଇଥିଲେ। ଡାରେଲ ମିଚେଲ ୧୧ ବଲରୁ ୧୯, ଟେଲର ୭ ବଲରୁ ୧୪ ରନ କରି ଅପରାଜିତ ରହିଥିଲେ। ସେପଟେ ବୋଲିଂରେ ଭାରତ ତରଫରୁ କୁଲଦୀପ ଯାଦବ ୨, ଭୁବନେଶ୍ୱର କୁମାର ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।୭୨ରନର ମ୍ୟାଚ୍‌ ବିଜୟୀ ଇନ୍ନିଙ୍ଗ୍ସ ଖେଳିଥିବା କଲିନ ମୋନରୋ ମ୍ୟାନ ଓଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

ପଢନ୍ତୁ:ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More