ତୃତୀୟ ବିଶ୍ୱଯୁଦ୍ଧ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜ ସେନାକୁ କହିଲା ରୁଷ!

ସିରିଆକୁ ନେଇ ଏବେ ଦୁନିଆରେ ଅଶାନ୍ତିର ମାହୋଲ। ଗୃହ ଯୁଦ୍ଧରେ ଜଳୁଥିବା ଏହି ଦେଶ ପାଇଁ ଏବେ ଦୁନିଆର ଶକ୍ତିଶାଳୀ ଦେଶ ଆମେରିକା ଓ ରୁଷ ମଧ୍ୟରେ ସୃଷ୍ଟି ହେଉଛି ଯୁଦ୍ଧ ଭଳି ପରିସ୍ଥିତି। ଯାହା ଭବିଷ୍ୟତରେ ତୃତୀୟ ବିଶ୍ଵ ଯୁଦ୍ଧର ରୂପ ମଧ୍ୟ ନେଇପାରେ। ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଫ୍ରାନ୍ସ ଓ ବ୍ରିଟେନ ସିରିଆ ଉପରେ ୧୦୦ରୁ ଉର୍ଦ୍ଧ୍ଵ କ୍ଷେପଣାସ୍ତ୍ର ମାଡ଼ ପରେ ଦୁନିଆ ତୃତୀୟ ବିଶ୍ଵ ଯୁଦ୍ଧ ଅଭିମୁଖେ ଅଗ୍ରଗତି କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରୁଷ ନିଜର ସେନା ଓ ଜନତାଙ୍କୁ କହି ସାରିଛି ଯେ ତୃତୀୟ ବିଶ୍ଵ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ।

ରୁଷିଆର ଏକ ଟିଭି ଚ୍ୟାନେଲ୍‌ ନେଇଥିବା ସୂଚନା ଏବେ ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।

ଟିଭି ଚ୍ୟାନେଲ୍‌ ପକ୍ଷରୁ ନାଗରିକମାନଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆବଶ୍ୟକୀୟ ପ୍ରସ୍ତୁତ ହେବା ପାଇଁ ସୂଚନା ପ୍ରଦାନ କରାଯାଇଛି। ଚ୍ୟାନେଲ୍‌ ଦ୍ୱାରା ଲୋକମାନଙ୍କୁ ନୂଆ ନୂଆ ବୁଦ୍ଧି ସବୁ ମଧ୍ୟ ଦିଆଯାଇଛି। ନିଜ ଶରୀରକୁ ସୁରକ୍ଷା ଦେବା ପାଇଁ ଯାହା ସବୁ ଉପକରଣ ଆବଶ୍ୟକ ତାହାକୁ ପ୍ୟାକିଂ କରିବା ପାଇଁ ବାରମ୍ବାର କୁହାଯାଇଛି। ଚ୍ୟାନେଲ୍‌ଟିର ନାମ ରୋସିଆ-୨୪। ନିକଟରେ ରୁଷିଆ ଓ ଆମେରିକା ମଧ୍ୟରେ ଉପୁଜିଥିବା ବିବାଦ ଏବଂ ସିରିୟା ସଂପର୍କରେ ଚ୍ୟାନେଲ୍‌ରେ ଦେଖିବାକୁ ମିଳିଛି

ଉଲ୍ଳେଖଯୋଗ୍ୟ, ଟିଭି ଚ୍ୟାନେଲ୍‌ରେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା କରି ଦେଶବାସୀମାନଙ୍କୁ ୭ରୁ ୮ ବର୍ଷ ପାଇଁ ଚାଉଳ ଏବଂ ୪ ବର୍ଷ ପାଇଁ ଦଲିଆ ସଂଗ୍ରହ କରିବାକୁ ଚେତାବନୀ ଦିଆଯାଇଛି।

ପଢନ୍ତୁ; ଝାରସୁଗଡ଼ା:ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

ଦେଶବାସୀଙ୍କୁ ରୁଷିଆର ଏକ ଟିଭି ଚ୍ୟାନେଲ୍‌ ନେଇଥିବା ସୂଚନା ଏବେ ସମଗ୍ରଚକିତ କରିଛି। - 8.9

89%

ନିକଟରେ ରୁଷିଆ ଓ ଆମେରିକା ମଧ୍ୟରେ ଉପୁଜିଥିବା ବିବାଦ ଏବଂ ସିରିୟା ସଂପର୍କରେ ଚ୍ୟାନେଲ୍‌ରେ ଦେଖିବାକୁ ମିଳିଛି। - 8.8

88%
8.9/10

Very Good!

ତୃତୀୟ ବିଶ୍ୱଯୁଦ୍ଧ: ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିଜ ସେନାକୁ କହିଲା ରୁଷ!

ସିରିଆକୁ ନେଇ ଏବେ ଦୁନିଆରେ ଅଶାନ୍ତିର ମାହୋଲ। ଗୃହ ଯୁଦ୍ଧରେ ଜଳୁଥିବା ଏହି ଦେଶ ପାଇଁ ଏବେ ଦୁନିଆର ଶକ୍ତିଶାଳୀ ଦେଶ ଆମେରିକା ଓ ରୁଷ ମଧ୍ୟରେ ସୃଷ୍ଟି ହେଉଛି ଯୁଦ୍ଧ ଭଳି ପରିସ୍ଥିତି। ଯାହା ଭବିଷ୍ୟତରେ ତୃତୀୟ ବିଶ୍ଵ ଯୁଦ୍ଧର ରୂପ ମଧ୍ୟ ନେଇପାରେ। ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଫ୍ରାନ୍ସ ଓ ବ୍ରିଟେନ ସିରିଆ ଉପରେ ୧୦୦ରୁ ଉର୍ଦ୍ଧ୍ଵ କ୍ଷେପଣାସ୍ତ୍ର ମାଡ଼ ପରେ ଦୁନିଆ ତୃତୀୟ ବିଶ୍ଵ ଯୁଦ୍ଧ ଅଭିମୁଖେ ଅଗ୍ରଗତି କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

No Votes Yet

You're not rated yet