News

ଦକ୍ଷିଣ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ୫ ଦିନ ଲଗାଣ ବର୍ଷା

Untitled 1

ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୪-୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଓଡ଼ିଶା ଉପରେ ଏକ ଟ୍ରପ୍‌ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ସ୍ଥାନରେ ୪୦ରୁ ୬୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।  ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର  କହିଛନ୍ତି,“ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ସାଇକ୍ଲୋନିକ୍ ସରକ୍ୟୁଲେସନ୍ ରହିଛି। ତା’ର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ବର୍ଷା ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ। ସାଇକ୍ଲୋନିକ୍ ସରକ୍ୟୁଲେସନ୍ ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଭଲ ବର୍ଷା ହେବ। ”ଗତକାଲି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ତେବେ ମୌସୁମୀ ପ୍ରଭାବରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ଏବେ ସୁଧା ହୋଇନି।

ପଢନ୍ତୁ: ଗିରଫ ହେଲା ଡନ୍‌ ଦାଉଦ୍‌ର ପୁତୁରା ରିଜ୍‌ବାନ୍‌ କାସକର

Related posts

ଜଳ ନିଷ୍କାସନ ପାଇଁ ଖୋଲା ହେଲା ହୀରାକୁଦର ଆଉ ୭ଟି ଗେଟ୍‌

Ratnamani Moharana

ରେଲୱେ କ୍ରୀଡ଼ାବିତଙ୍କ ପାଇଁ ନୂତନ ପଦୋନ୍ନତି ନୀତିକୁ ପିୟୁଷ ଗୋଏଲଙ୍କ ମଞ୍ଜୁରି

ENO Beuro

ଆତଙ୍କବାଦୀ ହାଫିଜ ସୟିଦଙ୍କୁ ମଳୁଛି ଭିଆଇପି ଆତିଥ୍ୟ

Ratnamani Moharana

1 comment

Leave a Comment