News

ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ସୀମାରେ ପାକିସ୍ତାନର ଆତଙ୍କବାଦୀ ବର୍ବରତା ଦେଖିବାକୁ ମିଳିଛି । ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟର ଅନ୍ତର୍ଗତ ଚମଲିୟାଲ ପୋଷ୍ଟ ନିକଟସ୍ଥ ସୀମାରେ ପାକିସ୍ତାନ ବୁଧବାର ଭୋରରୁ ଆଖି ବନ୍ଦ କରି ଗୁଳି କରିଛି। ପାକିସ୍ତାନର ଅସ୍ତ୍ରବିରତି ଉଲଂଘନରେ ବିଏସଏଫର ୩ଜଣ ଅଫିସର ଓ ଜଣେ ଯବାନ ସହିଦ ହୋଇଛନ୍ତି। ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ଗୁରୁତର ହୋଇଛନ୍ତି।

ରାମଗଡ଼ ସେକ୍ଟର୍‌ ଚାମ୍‌ଲିୟାଲ୍‌ ପୋଷ୍ଟ୍‍ ଅଞ୍ଚଳରେ ସୀମା ଆରପାରିରୁ ମଙ୍ଗଳବାର ରାତି ପ୍ରାୟ ୧୦. ୩୦ ଠାରୁ ଭୋର୍‌ ୪ଟା ୩୦ ଯାଏଁ ଗୁଳିଗୋଳା ବିନିମୟ ଚାଲିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଜମ୍ମୁ ଓ କଶ୍ମୀରର ଡିଜିପି ଏସ୍‌ପି ବୈଦ ଘଟଣା ସଂକ୍ରାନ୍ତରେ ଦୁଃଖ ପ୍ରକାଶ ପୂର୍ବକ ଟୁଇଟ୍‌ କରିଛନ୍ତି।

ସୂଚନାଯୋଗ୍ୟ,ଗତ ମେ’୨୯ ତାରିଖରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶର ବରିଷ୍ଠ ସୁରକ୍ଷା ଅଧିକାରୀସ୍ତରୀୟ ଆଲୋଚନା ପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବବୃହତ୍‍ ଆକ୍ରମଣ। ଗତ ୩ ତାରିଖରେ ପାକ୍‍ଗୁଳିରେ ୨ ଜଣ ବିଏସ୍‍ଏଫ୍‍ ଯବାନ, ଜଣେ ଏଏସ୍‍ଆଇ ସହିଦ ହୋଇଥିବା ବେଳେ ୧୦ଜଣ ନାଗରିକ ଆହତ ହୋଇଥିଲେ। ଏହାକୁ ମିଶାଇ ଚଳିତ ବର୍ଷ ପାକ୍‍ ଗୁଳିରେ ୨୪ ସୁରକ୍ଷା କର୍ମୀଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ପାକ୍‍ ପଟୁ ହେଉଥିବା ଗୁଳିଗୋଳା ବର୍ଷଣ ଯୋଗୁଁ ଜମ୍ମୁ, କାଠୁଆ ଓ ସାମ୍ବା ଜିଲାରୁ ମେ’ ୧୫ ପରେ ହଜାର ହଜାର ପରିବାର ସୁରକ୍ଷିତ ଅଞ୍ଚଳକୁ ଚାଲିଯାଇଥିଲେ। ଏହାପରେ ଗତ ୪ ତାରିଖରେ ମଧ୍ୟ ଦୁଇ ଦେଶର ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆଲୋଚନା ହୋଇଥିଲା। କିନ୍ତୁ ଏହାର କୌଣସି ପ୍ରଭାବ ପାକିସ୍ତାନ ଉପରେ ପଡ଼ୁନାହିଁ।

ପଢନ୍ତୁ; ରିଲିଜ ହେଲା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ-୨’ର ଟ୍ରେଲର

Related posts

‘ମୁଁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର-କଳ୍‌କୀ, ଅଫିସ୍ ଯାଇପାରିବି ନାହିଁ !

ENO Beuro

ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ENO Beuro

୨୦୧୯ରେ ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେନି ରାଜ୍ୟପାଳ

Ratnamani Moharana

Leave a Comment