LIFESTYLE

ମହୁକୁ ଏହି ଦ୍ରବ୍ୟ ସହ ମିଶାଇ ଖାଇଲେ କ’ଣ ହୁଏ ଆସନ୍ତୁ ଜାଣିବା

ସମସ୍ତେ ଜାଣନ୍ତି, ମହୁ ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ବିଶୁଦ୍ଧ ମହୁ ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ । ମହୁରେ ପାଣି ଭାଗ ଖୁବ୍ କମ୍ ଥିବାରୁ ଏଥିରେ ବ୍ୟାକ୍ଟେରିଆ ହୋଇନଥାଏ । ମହୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । ଏପରି କିଛି ଦ୍ରବ୍ୟ ଅଛି ଯାହା ମହୁ ସହ ମିଶାଇ ସେବନ କଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡିଥାଏ ।

ଏହି ଦ୍ରବ୍ୟ ସହ ମହୁ ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବ ପଡିଥାଏ

ମହୁକୁ ଗରମ ଖାଦ୍ୟ ସହ ମହୁ ମିଶାଇ ଖାଆନ୍ତୁ ନାହିଁ । ଯଦି ଆପଣ ଗରମ ଖାଦ୍ୟ ସହ ମହୁ ଖାଉଛନ୍ତି, ତେବେ ଆପଣଙ୍କ ପେଟ ଅଧିକ ଖରାପ ହେବା ସମ୍ବାବନା ଥାଏ । ତାହା ସହ ଆପଣଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍କ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ।

ଅଧିକ ଗରମ ପାଣିରେ ମହୁ ମିଶାଇ ପିଅନ୍ତୁ ନାହିଁ । ଅଧିକାଂଶ ଲୋକ ଓଜନ ହ୍ରାସ ବା ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ଯଦି ଆପଣ ପ୍ରତିଦିନ କରୁଛନ୍ତି, ତାହା ହେଲେ ପାଣିକୁ କମ୍ ଗରମ କରନ୍ତୁ । ଯଦି ଅଧିକ ଗରମ ପାଣି ସହ ମହୁ ମିଶାଉଛନ୍ତି, ତାହା ହେଲେ ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇବା ସହ ପେଟ ଗୋଳମୋଳ ଅଧିକା ସମ୍ଭାବନା ଥାଏ ।

ଯଦି ଆପଣ ମୂଳା ସହ ମହୁ ଖାଉଛନ୍ତି, ତାହା ହେଲେ ଭୁଲରେ ବି ଆଗକୁ ମୂଳା ସହ ମହୁ ମିଶାଇ ଖାଆନ୍ତୁ ନାହିଁ । କାରଣ ମହୁ ସହିତ ମୂଳା ଖାଇବା ଶରୀର ପାଇଁ ବିଷ ସଦୃଶ ହୋଇଥାଏ । ଯାହା ଫଳରେ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରିଦିଏ । ସେଥିପାଇଁ ମୂଳା ଖାଇବାର ୧ ଘଣ୍ଟା ପରେ ମହୁ ଖାଇବା ଉଚିତ୍ ।

ଥଣ୍ଡା ସମୟରେ ମହୁକୁ ଚା’ କିମ୍ବା କଫି ସହ ମିଶାଇ ପିଇଲେ ଥଣ୍ଡା ଜ୍ୱରରୁ ମୁକ୍ତି ମିଳିଥାଏ । ଯଦି ଆପଣ ଏଭଳି କରୁଛନ୍ତି,ତାହା ହେଲେ ଭୁଲରେ ବି ଆଗକୁ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶରୀରର ତାପମାତ୍ରା ଅଧିକ ବଢିଯାଏ । ଯାହାଫଳରେ ଅସ୍ଥିରତା ଦେଖାଯାଏ ।

ପଢନ୍ତୁ ;

ଆପଣ ସୁସ୍ଥ ରହିବାକୁ ଚାହୁଛନ୍ତି କି ? ତେବେ ପାଣି ପିଇବା ଦ୍ଵାରା କି ଫାଇଦା ମିଳେ ଜାଣନ୍ତୁ

Related posts

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

କର୍କଟ ରୋଗରୁ ରକ୍ଷା ଦେଇଥାଏ ପିଆଜ! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

ENO Beuro

ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ ପଣସ!

ENO Beuro

Leave a Comment