News

ମହାନଦୀରୁ ମିଳିଲା ୪ ମୃତଦେହ : ମା’, ପୁଅ, ଦୁଇ ଝିଅଙ୍କୁ ହତ୍ୟା !

ପୁରା ପରିବାରର ରହସ୍ୟମୟ ଅନ୍ତ

ମହାନଦୀରେ ଭାସୁଛି ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ପାରାଦୀପ କୁଜଙ୍ଗ ଜଗନ୍ନାଥ ପୁର ମହାନଦୀ ନିକଟରୁ ଚାରୋଟି ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ମାଆ, ଦୁଇ ଝିଅ ଓ ପୁଅ । ମୃତଦେହ ଗୁଡ଼ିକ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

ମହାନଦୀରୁ ମିଳିଲା ୪ ମୃତଦେହ : ମା’, ପୁଅ, ଦୁଇ ଝିଅଙ୍କୁ ହତ୍ୟା ! dead body

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପୋଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପତ୍ତି ପାଇଁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଅଭିଯୋଗରୁ ପ୍ରକାଶ, ଜଗନ୍ନାଥପୁର ଗାଁର ଅନନ୍ତ ସେଠୀଙ୍କର କିଛିଦିନ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଗତକାଲି ରାତିରୁ ଅନନ୍ତଙ୍କ ସ୍ତ୍ରୀ ମାମିନା, ୯ ବର୍ଷର ଝିଅ ବର୍ଷା, ୭ ବର୍ଷର ଝିଅ ଲିତା ଓ ୫ ବର୍ଷର ପୁଅ ସନାତକ ଗାଏବ ହୋଇଯାଇଥିଲେ । ଆଜି ସେମାନଙ୍କ ମୃତଦେହ ଜଗନ୍ନାଥପୁର ଶନିମନ୍ଦିର ନିକଟ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମହାନଦୀରୁ ମିଳିଲା ୪ ମୃତଦେହ : ମା’, ପୁଅ, ଦୁଇ ଝିଅଙ୍କୁ ହତ୍ୟା ! deadbody
ପଢନ୍ତୁ ;

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

Related posts

ଆଇଏମ୍‌ଏଫ୍‌ ମୁଖ୍ୟ: ମୋଦି ସରକାର ମହିଳା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ!

Krishna Kumar Manoj

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

Krishna Kumar Manoj

ହିମାଚଳ ପ୍ରଦେଶରେ ସ୍କୁଲ ବସ୍ ଖାତକୁ ଖସି ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More