News

କଲୋମ୍ବୋ ବିସ୍ପୋରଣରେ ପ୍ରାଣ ହରାଇଥିବା ୪ ଭାରତୀୟଙ୍କ ମରଶରୀର ଫେରିଲା ଭାରତ

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଗତ ରବିବାର ସିରିଜ ବିସ୍ଫୋରଣ  ଘଟିଥିଲା। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିଲେ। ବୁଧବାର ସୁଦ୍ଧା ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚିଛି।  ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ ପାଇଁ ଏହାକୁ ଭିଆଯାଇଥିବା କୁହାଯାଇଛି।

ତେବେ ଏହିସୂଚନା ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଆସି ୪ ଜଣଙ୍କ ମର ଶରୀର ପହଞ୍ଚିଥିଲା। ମୃତକମାନେ କର୍ଣ୍ଣାଟକର ଜେଡିଏସ ଦଳର କର୍ମୀ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ ଏବଂ ବହୁ ଜେଡିଏସ କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ। କର୍ଣ୍ଣାଟକ ଗୃହମନ୍ତ୍ରୀ  ଏହି ଅବସରରେ ଉପସ୍ଥିତ ଥିବା ବେଳେ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହା ପରେ ମୃତଦେହଗୁଡିକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି। ଭୟାନକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ମଧ୍ୟରୁ ଆଜି ଭୋର୍‌ରେ ୪ ଜଣଙ୍କ ମରଶରୀର ଭାରତ ଫେରିଛି।
ପଢନ୍ତୁ: ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀ ରଚିଥିଲେ ଶ୍ରୀଲଙ୍କାରେ ନରସଂହାର

Related posts

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

ENO Beuro

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ENO Beuro

ୟୁପିରେ ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି , ରାସ୍ତାରେ ଚାଲିବ ଚାଳକବିହୀନ କାର

ENO Beuro

Leave a Comment