• Home
  • News
  • ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି
News

ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି

ବହୁ କଷ୍ଟରେ ଗୁମ୍ଫାରୁ ବାହାରିଲେ ଥାଇଲାଣ୍ଡର ୪ ଫୁଟବଲ ଖେଳାଳି। ଜୀବନ ମରଣ ସହ ସଙ୍ଘର୍ଷ କରି ୧୬ ଦିନ ହେଲା ଗୁମ୍ଫା ଭିତରେ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିଛନ୍ତି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ। ତେବେ ଏବେବି ଗୁମ୍ଫାରେ ଫସିରହିଛନ୍ତି ଆହୁରି ଅନେକ ଖେଳାଳି ଏବଂ କୋଚ।

ଆଗାମୀ ୧୦-୨୦ ଘଣ୍ଟା ପରେ ଦ୍ୱିତୀୟ ପର୍ଯ୍ୟାୟ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ ବୋଲି ଗଭର୍ନର କହିଛନ୍ତି। ଉଦ୍ଧାର ପରେ ତୁରନ୍ତ ପିଲାମାନଙ୍କୁ ବିମାନ ଯୋଗେ ଚିଆଙ୍ଗ୍‌ ରାଇ ଡାକ୍ତରଖାନାକୁ ନିଆଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ଥିବା ଓସୋଟ୍ଟାନାକର୍ନ କହିଛନ୍ତି।

ମିଶନ ଅଭିଯାନରେ ସାମିଲ ଜଣେ ଆର୍ମି କମାଣ୍ଡର କହିଛନ୍ତି ଯେ,ସମସ୍ତଙ୍କୁ ଗୁମ୍ଫାରୁ ବାହାର କରିବା ପାଇଁ ୨ ରୁ ୪ ଦିନର ସମୟ ଲାଗିପାରେ। ମିଶନର ମୁଖ୍ୟ କହିଛନ୍ତି ଯେ ରେସକ୍ୟୁ ଦଳକୁ ପ୍ରଥମେ ନିଜର ପ୍ଲାନକୁ ନେଇ ଅନେକ ଥର ରିହର୍ସଲ କରିଥିଲେ। ସେ କହିଛନ୍ତି ଯେ ଯଦି ଆଗାମୀ ସମୟରେ ପୁଣି ଥରେ ବର୍ଷା ହୁଏ ତେବେ ଏତେ ଦିନ ଧରି ପାଣି ବାହାର କରିବାକୁ କରାଯାଇଥିବା ପରିଶ୍ରମ ବରବାଦ ହୋଇଯିବ। ଯଦି ଏମିତି ହୁଏ ତେବେ ଆମକୁ ପୁଣି ଥରେ ସ୍ଥିତିକୁ ନେଇ ଚିନ୍ତା କରିବାକୁ ପଡ଼ିବ।

ସୂଚନା ଅନୁଯାୟୀ, ବୁଡ଼ାଳିମାନଙ୍କୁ ଗୁମ୍ଫାରେ ଗୋଟିଏ ଚକ୍କର କାଟିବା ପାଇଁ ପାଖାପାଖି ୧୧ ଘଣ୍ଟା ଲାଗୁଛି। ଆଜି ରାତି ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ଶୁଣିବାକୁ ମିଳୁଛି । ୭ଟି ଦେଶର ବୁଡ଼ାଳି, ଅଷ୍ଟ୍ରେଲିଆ, ବ୍ରିଟେନ, ୟୁରୋପ ଏବଂ ଏସିଆର ଅନ୍ୟ ଦେଶମାନେ ଏହି ରେସ୍କ୍ୟୁ ଅପରେସନରେ ସାମିଲ ଅଛନ୍ତି।

ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି football

ପଢନ୍ତୁ; ଯାତ୍ରୀଙ୍କ ହୃଦଘାତ ଯୋଗୁଁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନର ଜରୁରୀ ଅବତରଣ

Related posts

ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ମନୋହର ପାରିକର

Krishna Kumar Manoj

ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ

Krishna Kumar Manoj

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More