News

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନଙ୍କ ସମେତ ୪ ମୃତ

naxal

ସୀମାନ୍ତ ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଛିନଛତ୍ର ହୋଇଯାଇଛି ଏକ ଯାତ୍ରୀବାହୀ ବସ। ବିସ୍ଫୋରଣରେ ଜଣେ ଯବାନ ଓ ୩ ଜଣ ସାଧାରଣ ନାଗରିକଙ୍କ ମୃତୀ ହୋଇଛି।

naxal

ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖରେ ଏଠାରେ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ସ୍ଥାନରେ ସିଆଇଏସ୍‌ଏଫ୍‌ ଯବାନମାନେ ମୁତୟନ ହୋଇଥିଲେ। ତେବେ ଡ୍ୟୁଟି ସରିବା ପରେ କିଛି ଯବାନ କେରାଣ୍ଡୁଲ ଦାନ୍ତେୱାଡା ମାକେର୍ଟରୁ ସଉଦା ନେଇ ଏକ ବସ୍‌ରେ କ୍ୟାମ୍ପକୁ ଫେରୁଥିବା ବେଳେ ପୂର୍ବରୁ ବାଚେଲି ରାସ୍ତାରେ ନକ୍ସଲମାନେ ଖଞ୍ଜି ଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବସ୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଜଣେ ଯବାନଙ୍କ ସହିତ ବସ୍‌ର ଡ୍ରାଇଭର, କଣ୍ଡକ୍ଟର, ଜଣେ କ୍ଲିନର ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି।

ଗତ ୨୭ ଅକ୍ଟୋବରରେ ମାଓ ହାମଲାରେ ୪ ଜଣ ଯବାନ ଶହୀଦ ହୋଇଥିଲେ । ଏହାସହ ଅକ୍ଟୋବର ୩୦ରେ ଜଣେ କ୍ୟାମେରା ମ୍ୟାନଙ୍କ ସହ ୨ ଯବାନ ଶହୀଦ ହୋଇଥିଲେ । ଏହାପରେ ଯବାନମାନେ କମ୍ବିଂ ଅପରେସନ ଜୋରଦାର କରିଛନ୍ତି ।

ପଢନ୍ତୁ; ସୁନ୍ଦରୀକୁ ନେଇ ପୁଣି ଅଡୁଆ,ନନ୍ଦନକାନନ ମନା

Related posts

ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

ENO Beuro

ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି

ENO Beuro

ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଇଣ୍ଡିଆନ ଏୟାରଫୋର୍ସକୁ ପ୍ରଶଂସା

Ratnamani Moharana

Leave a Comment