ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ଚାରି ଜଣ ଯବାନ

puri1

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ଚାରି ଜଣ ଯବାନ ତଣ୍ଡ ଗଣିଛନ୍ତି। ଜାନୁଆରୀ ପହିଲାରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା। ଦର୍ଶନ ପାଇଁ ମୁତୟନ ଆଇଆରବି ଯବାନଙ୍କ ମଧ୍ୟରୁ ୪ଜଣ ମୋବାଇଲ ବାହାର କରି ଭିତର ବେଢାରେ ସେଲଫି ନେଇଥିଲେ । ମନ୍ଦିର ପ୍ରଶାସନ ଅଧିକାରୀଙ୍କ ନଜରକୁ ଏହା ଆସିବା ପରେ ଉକ୍ତ ୪ ଜଣ ଯବାନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ହଜାର ଲେଖାଏଁ ତଣ୍ଡ ଗଣିଥିଲେ ।

puri1

ଉଲ୍ଲେଖଯୋଗ୍ୟ,ଗତ ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ଓ ସିଂହଦ୍ୱାର ନିକଟରେ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପୁଲିସ ଚର୍ଚ୍ଚାରେ ରହିଛି । ଭିତରଚ୍ଛଙ୍କୁ ଆକ୍ରମଣ, ନାବାଳିକାଙ୍କୁ ଅସଦାଚରଣ ଓ ନିଶା ଖାଇ ଶ୍ରୀମନ୍ଦିରରେ ଡୁ୍ୟଟି କରିବା ଘଟଣାରେ ପୁଲିସକୁ ନିନ୍ଦିତ ହେବାକୁ ପଡ଼ିଛି । ଗତ ବର୍ଷ ଶ୍ରାଦ୍ଧ କରୁଥିବାବେଳେ ଜଣେ ପୁଲିସ ଅଫିସର ଶ୍ରୀମନ୍ଦିର ଫଟୋ ଭାଇରାଲ କରି ସସପେଣ୍ଡ ହୋଇଥିବାବେଳେ ନୂଆବର୍ଷର ପ୍ରଥମ ଦିନରେ ସେଲଫି ଉଠାଇ ଯବାନମାନେ ଜରିମାନା ଗଣିଛନ୍ତି ।

ପଢନ୍ତୁ; ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ନେଲେ ୬୯ ହଜାରରୁ ଊର୍ଦ୍ଧ୍ୱ ଶିଶୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More