News

ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ,୪ଜଣ ଜୀବନ୍ତ ଦଗ୍ଧ

ଘରେ ନିଅାଁ ଲାଗିଯିବାରୁ ପରିବାରର ୪ ଜୀବନ୍ତ ଦଗ୍ଧ । ଏହି ଅଗ୍ନିକାଣ୍ଡରେ ବାପାମାଅା ଓ ଝିଅ, ଜ୍ୱାଇଁଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗନାପାଟ ଗାଁରେ ।

fire

ମିଳିଥିବା ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଫଳରେ ଉତ୍ତ୍ୟକ୍ତ ସ୍ୱାମୀ ଜଣକ ପେଟ୍ରୋଲ ଢ଼ାଳି ପରିବାରର ସଦସ୍ୟଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଫଳରେ ଶାଶୁ, ଶ୍ୱଶୁର ଓ ସ୍ତ୍ରୀ ନିଆଁରେ ପୋଡିହୋଇ ଯାଇଥିଲେ। ହେଲେ ନିଆଁ ଲଗାଇବା ସମୟରେ ଜ୍ୱାଇଁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲା।

ମୃତକ ହେଲେ ଶ୍ୱଶୁର ନବଘନ ସାହୁ, ଜ୍ୱାଇଁ ଭଦ୍ରକ ତିହିଡ଼ିର ହରେକୃଷ୍ଣ ମଲ୍ଲିକଙ୍କ ସମେତ ତାଙ୍କ ଶାଶୁ ଏବଂ ସ୍ତ୍ରୀର ମୃତ୍ୟୁ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ପଢନ୍ତୁ;ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୪୦୦ ପେଟ୍ରୋଲ୍‍ ପମ୍ପ ବନ୍ଦ

Related posts

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ENO Beuro

ପସନ୍ଦ ନଥିଲେ ଅସୁନ୍ଦର ସ୍ଵାମୀ,ଚୁମ୍ବନ ବେଳେ ଜିଭ କାଟିଦେଲେ ସ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More