ଆମେ ଆମ ଜୀବନରେ ବହୁତ ଭୁଲ କରି ଥାଉ । ଭୁଲ କରିବା ପରେ ଆମେ ଜାଣି ପାରୁ କି ଆମେ କିଛି ଭୁଲ କରିଛେ ବୋଲି । ତେବେ ଏହି ଭୁଲରେ ଯଦି କେହି କିଛି ଶିକ୍ଷା ପାଆନ୍ତି ତ କେହି ବାରମ୍ବାର ସେହି ଭୁଲ କରିବାରେ ଲାଗିଥାନ୍ତି । ବିଶେଷ ଭାବେ ୧୬ ରୁ ୨୫ ବର୍ଷ ବୟସ ଏକ ଏଭଳି ସମୟ ହୋଇଥାଏ ଯେଉଁଥିରେ ଲୋକେ ବୋଧେ ସବୁଠାରୁ ଅଧିକ ଭୁଲ କରିଥାଏ ।
ଜୀବନରେ ଏହି ୪ ଟି ଭୁଲ କରନ୍ତୁ ନାହିଁ
ବିଶେଷ କରି ଆଜିର ଯୁବପିଢି ମାନେ ସହଜରେ ସମସ୍ତଙ୍କ ଉପରେ ବିଶ୍ଵାସ କରିଥାନ୍ତି । ଜୀବନରେ ଅନେକ ଲୋକ ଧୋକ୍କା ଖାଇଛନ୍ତି ମାତ୍ର ସେଥୁରୁ ଯଦି କେହି ଶିକ୍ଷା ପାଏ ତେବେ ସେଟା ତାପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରିଥାଏ ।
ଏହା ଏକ ଏଭଳି ପରିସ୍ଥିତି ଯେଉଁଥିରେ ସମସ୍ତ ଯୁବପିଢୀକୁ ଗତି କରିବାକୁ ପଡିଥାଏ । ପ୍ରେମ ବିଷୟରେ ତ ଆପଣଙ୍କୁ ଖୁବ୍ ଭଲ ଭାବେ ଜଣାଥିବ ମାତ୍ର ଆକର୍ଷଣକୁ ଯଦି ସଠିକ୍ ସମୟରେ ନିୟନ୍ତ୍ରଣ କରା ନ ଯାଏ ତେବେ ତାହା ଭୟଙ୍କର ରୋଗ ରୁପରେ ଆର୍ବିଭାବ ହୋଇଥାଏ ।
ପ୍ରଥମ ଥରରେ ସଫଳତା ହାସଲ କରିବା ଖୁବ୍ କମ୍ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ । କମ ସମୟରେ ଆଗକୁ ଉଠିବ ସଫଳତା ହାସଲ କରିବା ଅସୁବିଧାରେ ପକାଇ ପାରେ । ତେବେ ପଡିବା ଏବଂ ପଡି ଉଠି ଆଗକୁ ଆଗକୁ ବଢିବା ହେଉଛି ପ୍ରକୃତ ଜୀବନ ।
କମ୍ ସମୟ ମଧରେ ଅନେକ କିଛି ଲାଭ କରିବାର ଇଚ୍ଛା ପ୍ରାୟତଃ ଯୁବପିଢିଙ୍କ ମଧ୍ୟରେ ବହୁତ ଦେଖିବାକୁ ମିଳିଥାଏ । ସେମାନେ କ’ଣ କରିବେ କ’ଣ କରିବେ ନାହିଁ ନିଷ୍ପତି ନେଇ ପାରନ୍ତି ନାହିଁ ।
ପଢନ୍ତୁ ;
ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ