EnewsOdia.Com

ଏପ୍ରିଲ ପହିଲାରୁ ଦେଶରେ ୪ଟି ନୂଆ ବ୍ୟାଙ୍କ

ଖୁବ୍‌ଶୀଘ୍ର ଦେଶବାସୀଙ୍କ ସାମ୍ନାକୁ ଆସିବ 4ଟି ନୂଆ ବଡ଼ ବ୍ୟାଙ୍କ । ଏନେଇ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଅନୁମୋଦନ ମିଳିସାରିଛି । ଏହି କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ । ଏପ୍ରିଲ୍‌ 1ରୁ ନୂଆ ବ୍ୟାଙ୍କ ଆସିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଗତବର୍ଷ ଅଗଷ୍ଟ ମାସରେ ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ମିଶାଇଦେବା ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ଏବେ ଏହି ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।

ନିଷ୍ପତ୍ତି ଅନୁଯାୟୀ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କକୁ କ୍ୟାନାଡା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସହିତ ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ-କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରାଯିବ। ସଂପୃକ୍ତ ବ୍ୟାଙ୍କ ଗୁଡ଼ିକର ନିର୍ଦ୍ଦେଶକ ବୋର୍ଡ ମଧ୍ୟ ଏହି ମିଶ୍ରଣ ପ୍ରସ୍ତାବକୁ ପୂର୍ବରୁ ଅନୁମୋଦନ ଦେଇସାରିଛନ୍ତି। ଏହି ଅନୁମୋଦନ ପରେ ବର୍ତ୍ତମାନ ଦେଶ ୪ ଟି ନୂଆ ବ୍ୟାଙ୍କ ପାଇବ। କିନ୍ତୁ ଏହି ବ୍ୟାଙ୍କ ଗୁଡ଼ିକର ଲୋଗୋ କ’ଣ ରହିବ ସେସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।

ପଢନ୍ତୁ: ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

ସମ୍ବନ୍ଧିତ ଖବର

ଭାରତକୁ ମାଡିଆସୁଛନ୍ତି ପାକିସ୍ତାନି ପଙ୍ଗପାଳ

Ratnamani Maharana

ଉନ୍ନାଓ ବଳାତ୍କାର ମାମଲାରେ କୁଲଦୀପ ସିନେଗାରଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

କୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Ratnamani Maharana

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

ରାଜ୍ୟରେ ବଢିବ ବର୍ଷା, ତିନି ଦିନ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Ratnamani Maharana

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

Ratnamani Maharana