27 C
Bhubaneswar
October 24, 2020
EnewsOdia.Com
ଦେଶ ବିଦେଶ ରାଜନୀତି

ଦୀର୍ଘ ୬ ମାସ ପରେ ମୁକୁଳିଲେ କଶ୍ମୀରରେ ଗୃହବନ୍ଦୀ ଥିବା ୪ ନେତା

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ୪ କଶ୍ମୀର ନେତା ଆଜି ବାହାରିଛନ୍ତି। ନ୍ୟାଶନାଲ କନଫରେନସର ତିନି ଏବଂ ପିଡ଼ିପିର ଜଣେ ନେତାଙ୍କୁ ଆଜି ଛାଡ଼ି ଦିଆଯାଇଛି। ଅଗଷ୍ଟରେ ଏମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏବେ ଧୀରେ ଧୀରେ ଗୃହବନ୍ଦୀ ଥିବା ନେତାଙ୍କୁ କଶ୍ମୀର ପ୍ରଶାସନ ଛାଡ଼ୁଛି। ଶନାଲ କନଫରେନସର ଅବଦୁଲ ମାଜିଦ ଲାରମିସ ଗୁଲାମ ନବୀ ଭଟ୍ଟ ଏବଂ ମୋ.ଶଫିଙ୍କ ଏବଂ ପିଡିପିର ମୋ. ୟୁସୁଫ ଭଟ୍ଟଙ୍କୁ ଶ୍ରୀନଗର ସ୍ଥିତ ଏମଏଲଏ ହୋଟେଲରୁ ଆଜି ଛଡ଼ାଯାଇଛି।

ଗତ ମାସରେ ନ୍ୟାଶନାଲ କନଫରେନସର ନାଜିର ଗୁରେଜୀ, ପୂର୍ବତନ ମନ୍ତ୍ରୀ ଅବଦୁଲ୍ଲା ହକ ଖାନ୍, ମୋହମ୍ମଗ ଆବାସ ଏବଂ କଂଗ୍ରେସର ପୂର୍ବତନ ବିଧାୟକ ହାଜି ଅବଦୁଲ ରଶିଦଙ୍କୁ ଜମ୍ମୁ କଶ୍ମୀର ପ୍ରଶାସନ ଛାଡ଼ିଥିଲା। ଏବେ ବି କିନ୍ତୁ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ ରହିଛନ୍ତି। ସେମାନେ ହେଲେ ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି। ଉମର ଏବଂ ମୁଫତିଙ୍କୁ ସରକାରୀ ବଙ୍ଗଳାରେ ଅଟକ ରଖାଯାଇଛି।

ପଢନ୍ତୁ: ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Related posts

ଦିଲ୍ଲୀରେ ପୁଣିଥରେ କେଜ୍ରି ସରକାର: ଟାଇମ୍ସ ନାଓ ସର୍ଭେ

Ratnamani Maharana

୪୦ ଦିନ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More