LIFESTYLE

ସୁସ୍ଥ ଶରୀର ପାଇଁ ଆପଣାନ୍ତୁ ଏହି ୪ଟି ଟିପ୍ସ

ସୁସ୍ଥ ଭାବେ ବଞ୍ଚିବା ପାଇଁ ସାଧାରଣତଃ ଆମେ ଖାଦ୍ୟ ଉପରେ ନିର୍ଭର କରିଥାଉ, ଯାହା ଆମକୁ ସୁସ୍ଥ ରଖିବା ସହ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜିକାଲି ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଉଥିବାରୁ ଅନେକ ପୋଷଣ ଯୁକ୍ତ ଖାଦ୍ୟକୁ ବର୍ଜନ କରୁଛନ୍ତି । ଅଧିକ ପୋଷଣ ଯୁକ୍ତ ଓ ମସଲା ଯୁକ୍ତ ଖାଦ୍ୟ  ଶରୀରକୁ ହାନି ପହଞ୍ଚାଉଛି ବୋଲି ଭାବି ସେମାନେ ସେ ଖାଦ୍ୟ ବର୍ଜନ କରୁଛନ୍ତି ।ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ ଏହି ୫ଟି ଟିପ୍ସ ।

ଅଣ୍ଡାରେ ଥିବା କେଶର ଖାଇବା ଶରୀର ପାଇଁ ଉପଯୋଗୀ ନୁହେଁ  କାରଣ ସେଥିରେ ଅଧିକ ମାତ୍ରାରେ କୋଲୋଷ୍ଟ୍ରଲ ଥାଏ, ଯାହାକି ଶରୀରକୁ କ୍ଷତି ପହଞ୍ଚାଏ । ଯଦି ଆପଣ ଏହା ଭାବୁଛନ୍ତି ତେବେ ଏହା ଆପଣଙ୍କ ଭୁଲ ଧାରଣା । କାରଣ କେଶରରେ ଭର୍‌ପୂର୍‌ ପୋଷଣ ଥାଏ, ଯାହାକି ଶରୀରକୁ ଶକ୍ତିଶାଳୀ କରେ । ଅଣ୍ଡାର ଧଳା ଅଂଶରେ କେବଳ ପ୍ରୋଟିନ୍‌ ଥାଏ । ଡାଏଟ୍‌ରେ ଥିବା କୋଲୋଷ୍ଟ୍ରଲ ରକ୍ତରେ ଥିବା କୋଲୋଷ୍ଟ୍ରଲ ଉପରେ କୌଣସି ପ୍ରଭାବ ପକାଇ ନଥାଏ । ଅଣ୍ଡା ଖାଇବା ଦ୍ୱାରା କୌଣସି ରୋଗ ଶରୀରରେ ଦେଖା ଯାଏ ନାହିଁ ବୋଲି ଗବେଷଣାରୁ ମଧ୍ୟ ଜଣା ପଡ଼ି ସାରିଛି । ଅଣ୍ଡାରେ ପ୍ରୋଟିନ୍‌,  ଭିଟାମିନ-ଏ, ବି-୨ ,ବି-୫, ବି-୧୨ ଏବଂ ଆଇରନ୍‌, ଫସ୍‌ଫରସ୍‌ ଏବଂ ସେଲେନିୟମ ଇତ୍ୟାଦି ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ସହ ଦୀର୍ଘଜୀବୀ କରାଇଥାଏ ।

ରସୁଣ ଖାଦ୍ୟରେ ସ୍ୱାଦ ଆଣିବା ସହ ଏହାକୁ ଖାଇଲେ ଶରୀର ସୁସ୍ଥ ମଧ୍ୟ ରହିଥାଏ। ଏଥିରେ ଅଧିକ ମାତ୍ରରେ ବାୟୋଆକ୍ଟିଭ୍‌ କମ୍ପାଉଣ୍ଡ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ହୃଦ୍‌ ଜନିତ ରୋଗ ଦୂର ହୁଏ ବୋଲି ଅନେକ ଗବେଷକ ସ୍ପଷ୍ଟ ମଧ୍ୟ କରି ସାରିଛନ୍ତି । ଏହା ରକ୍ତ ଚାପ କମ କରିବା ସହ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରେ ଓ ରସୁଣ ଖାଇବା ଦ୍ଵାରା ଥଣ୍ଡା କମ ହୋଇ ଥାଏ ।

ଏବେ କିଛି ଲୋକ କନ୍ଦମୂଳ ଖାଇବା ବନ୍ଦ କରି ସାରିଲେଣି । ସବୁ ସ୍ଥାନରେ ଏହା ଉପଲବ୍ଧ ହେଉ ନ ଥିବାରୁ ଲୋକମାନେ ଚାହିଁ ମଧ୍ୟ ଖାଇ ପାରୁ ନାହାନ୍ତି । ଏଥିରେ ଭିଟାମିନ୍‌ ଏ, ଭିଟାମିନ ସି, ଏବଂ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ, ଯାହାକି ଶରୀରକୁ ରୋଗମୁକ୍ତ ରଖେ ଓ ଶରୀରକୁ ସୁସ୍ଥ ରଖେ ।

ରୋଷେଇ ଘରେ ବିଭିନ୍ନ ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରିବାଟା ସବୁଠାରୁ ଭଲ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ କୋଲେଷ୍ଟ୍ରଲର ମାତ୍ରା ଏବଂ ଟ୍ରାଇଗ୍ଲିସେରାଇଡ୍‍ସ ନିୟନ୍ତ୍ରଣ ରହିଥାଏ । ଯାହା ଫଳରେ କି ହୃଦ୍‌ଘାତର ଆଶଙ୍କା କମ ହୋଇଥାଏ ।

ପଢନ୍ତୁ ;

କର୍ମଜୀବୀ ମହିଳାଙ୍କ ପାଇଁ ଆସନ୍ତୁ ଜାଣିବା ଏହି ୫ଟି ଟିପ୍ସ

Related posts

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

ENO Beuro

ଆପଣ ଜାଣିଛନ୍ତି କି? ଆଖି ଡୋଳାର ରଙ୍ଗ ଦ୍ୱାରା ଜଣାପଡିଥାଏ ବନ୍ଧୁଙ୍କର ଚରିତ୍ର ! ଜାଣନ୍ତୁ କିପରି?

ENO Beuro

ସୁନା ପାଉଁଜିକୁ ପାଦରେ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଏହାର କାରଣ କ’ଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More