News

ମରାଠାଙ୍କ ପାଇଁ ସଂରକ୍ଷଣ ଦାବି:ଜାଳିଦେଲେ ୪୦ ବସ୍

ମରାଠା ଆନ୍ଦୋଳନ ପୁଣି ଉଗ୍ର ରୂପ ଧାରଣ କରିଛି। ସଂରକ୍ଷଣ ଦାବିରେ ଆନ୍ଦୋଳନ କରୁଥିବା ମରାଠା କ୍ରାନ୍ତି ମୋର୍ଚ୍ଚାର ସଦସ୍ୟମାନେ ଆଜି ବ୍ୟାପକ ଭଙ୍ଗା ରୁଜା ଓ ପୋଡ଼ାଜଳା କରିଛନ୍ତି। ଅଞ୍ଚଳରେ ରାଜପଥ ଅବରୋଧ ସହିତ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ସେମାନଙ୍କୁ ପୁଲିସ ଘଉଡ଼ାଇବାକୁ ଚେଷ୍ଟା କରିବା ପରେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇ ଢେଲାମାଡ଼ କରିଛନ୍ତି। ଚକଣ ଓ ଖେଦଠାରେ କିଛି ଆନ୍ଦୋଳନକାରୀ ୧୦୦ରୁ ଊର୍ଧ୍ୱ ଗାଡ଼ି ଭାଙ୍ଗି ନଷ୍ଟ କରିପକାଇଛନ୍ତି। ଆନ୍ଦୋଳନକାରୀ ମାନେ ପୁନେରେ ୪୦ଟି ବସରେ ନିଆଁ ଲଗାଇ ଦେଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ କେତେକ ସମ୍ବେଦନଶୀଳ ଅଞ୍ଚଳରେ ୧୪୪ଧାରା ଲାଗୁ ହୋଇଥିବାବେଳେ ପରିସ୍ଥିତି ପ୍ରତି ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପୁଣେର ଉସ୍ମାନବାଦ୍‌, ସୋଲାପୁର, କୋହ୍ଲାପୁର, ନନ୍ଦୁରବାର, ଔରଙ୍ଗାବାଦ୍‌ ଆଦି ଅଞ୍ଚଳରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କେତେକ ଅଞ୍ଚଳରେ ଆନ୍ଦୋଳନକାରୀ ପୋଲିସ ଥାନାକୁ ଟାର୍ଗେଟ୍‌ କରୁଥିବା କୁହାଯାଉଛି।

ପଢନ୍ତୁ; ପାକିସ୍ତାନ ରାଜନୀତି:ଅଗଷ୍ଟ ୧୧ରେ ଶପଥ ନେବେ ଇମ୍ରାନ ଖାନ

Related posts

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଖୁସି ଖବର, ଜିରୋ ବାଲାନ୍ସ ରେ ଖୋଲନ୍ତୁ ଖାତା

ENO Beuro

ବର୍ଷିଆନ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

Ratnamani Moharana

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

Leave a Comment