EnewsOdia.Com

୪୦ ଦିନ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ଗତ ଶୁକ୍ରବାର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସାହାସିକତା କାରଣରୁ ଗୋଟେ ୪୦ ଦିନ ଶିଶୁର ଜୀବନ ବଂଚିଯାଇଛି । ସେ ମଙ୍ଗାଳୁରୁ ରୁ ବେଙ୍ଗାଲୁରୁ ୩୬୦ କିମି ଦୁରତାକୁ ମାତ୍ର ୪ ଘଣ୍ଟାରେ ଅତିକ୍ରମ କରି ଜିରୋ ଟ୍ରାଫିକ ରେ ପହଞ୍ଚିବା କାରଣରୁ ଯଥା ସମୟରେ ଶିଶୁଟିର ଚିକିତ୍ସା କରାଯାଇପାରିଥିଲା । ଏହାଦ୍ୱାରା ବଞ୍ଚାଇ ପାରିଛନ୍ତି ଗୋଟେ ୪୦ ଦିନ ଶିଶୁର ଜୀବନ ବଂଚିଯାଇଛି । ଡ୍ରାଇଭରଙ୍କ ଏପରି ସାହାସିକତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ସୂଚନା ଯେ ମାଙ୍ଗାଳୁରୁର ଏକ ହସ୍ପିଟାଲରେ ଜଣେ ୪୦ ଦିନର ଶିଶୁ ନିମୋନିଆ ଏବଂ ଅଧିକ ଥଣ୍ଡାରେ ଗଭୀର ସଂକ୍ରମିତ ହୋଇଥିଲା । ଏକାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଶିଶୁଟିକୁ ଭେଂଟିଲେଟରରେ ଭର୍ତି କରାଯାଇଥିଲା । ତୁରନ୍ତ ଶିଶୁଟିର ହାର୍ଟ ଅପରେସନ କରିବାକୁ ବେଙ୍ଗାଲୁରୁ ନେଇଯିବା ପାଇଁ ହସ୍ପିଟାଲ ପକ୍ଷ ସୂଚନା ଦେଇଥିଲେ ।

ହସ୍ପିଟାଲ ତରଫରୁ ଏପରି ଶୁଣି ପରିବାର ଲୋକେ କଣ କରିବେ କିଛି ଭାବି ପାରିନଥିଲେ ଏବଂ ମାଙ୍ଗାଳୁରୁରୁ ବେଙ୍ଗାଲୁରୁ ଆସିବାକୁ ହେଲେ ପାଖାପାଖି ୭ ରୁ ୮ ଘଣ୍ଟା ଲାଗିଯିବ । ବୁଦ୍ଧି ନ ଦିଶିବାରୁ ପ୍ରାଇଭେଟ ଆମ୍ବୁଲାନ୍ସର ସହାୟତା ନେଇଥିଲେ ।  ଆମ୍ବୁଲାନ୍ସ ଡ୍ରାଇଭର ଫରିଦ୍ ସିଫୁଲ ଅଜମତ କୁ  ପରିବାର ଲୋକେ ସମସ୍ତ ଘଟଣା କହିଥିଲେ । ଡ୍ରାଇଭର  ମାଙ୍ଗାଳୁରୁରୁ ଦିନ ୧୨ ସମୟରେ ବାହାରି ଠିକ ଅପରାହ୍ନ ୪.୨୦ ମିନିଟରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ  ।

ଶିଶୁଟି ଶୀଘ୍ର ହସ୍ପିଟାଲରେ ପହଁଚିବା ସହ ହାର୍ଟ ସର୍ଜରୀ କରାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ ହେଉଛି ଏଥିପାଇଁ  ଅଜମତ  ପରିବାର ଠାରୁ ପାରିଶ୍ରମିକ ନେଇନଥିଲେ ।  ଏହି ଡ୍ରାଇଭର ଜଣଙ୍କ ସମସ୍ତଙ୍କ ଆଖିରେ ହିରୋ ପାଲଟି ଯାଇଛନ୍ତି । ୩୬୦ କିମି ଦୂରତାକୁ ଜିରୋ ଟ୍ରାଫିକ ରେ ମାତ୍ର ୪ ଘଣ୍ଟାରେ ପହଞ୍ଚି ପାରିଥିଲେ । ସୋସିଆଲ ମିଡିଆରେ ଏହି ଘଟଣା ଖୁବ ଭାଇରଲ ହେବାରେ ଲାଗିଛି ।

ପଢନ୍ତୁ: ପଥର ସନ୍ଧିରୁ ବାହାରୁଛି ଡିଜେଲ୍

ସମ୍ବନ୍ଧିତ ଖବର

କୋଣାର୍କକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

Ratnamani Maharana

ମୁକେଶର ରାଜକ୍ଷମା ଖାରଜ କଲେ ଦିଲ୍ଲୀ ଉପରାଜ୍ୟପାଳ

Ratnamani Maharana

ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

Ratnamani Maharana

ନିମିଷକେ ମାଟିରେ ମିଶିଗଲା ବିଶାଳକାୟ ଆପାର୍ଟମେଣ୍ଟ୍‌

Ratnamani Maharana