EnewsOdia.Com

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

ଲୀଳାଖେଳା ସାରି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମାଆ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ଆଜି ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୂଜାଙ୍କୁ। ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା ରଖି ସହରବାସୀ ଶୋଭାଯାତ୍ରାରେ ଯାଇ ମୃଣ୍ମୟ ମୂର୍ତ୍ତିକୁ ନଦୀରେ ବିସର୍ଜନ କରିଛନ୍ତି। ତେବେ ମାଙ୍କୁ ନେଇ ଏବେ ଏବେ ଗୋଟେ ଖବର ସାମ୍ନାକୁ ଆସିଛି। ତାହାହେଲା ମାଙ୍କ ଦିବ୍ୟ ଲଡୁର ମୂଲ୍ୟକୁ ନେଇ। ଲଡୁର ଦାମ ୫୫ ହଜାର ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ ।

ମୟୁରଭଞ୍ଜ ଜିଲ୍ଲା କଳିଅଣା ବ୍ଳକ କୁଚେଇ ଦୁର୍ଗାପୂଜା ମଣ୍ଡପରେ ପ୍ରସ୍ତୁତ ୪୦ କିଲୋଗ୍ରାମ ଓଜନର ଦିବ୍ୟ ଲଡୁ ୫୫ ହଜାର ଟଙ୍କାରେ ନିଲାମ ହୋଇଛି । ପ୍ରଶାନ୍ତ କୁମାର ସିଂ ନାମକ ଜଣେ ବ୍ୟକ୍ତି ଏହି ଲଡକୁ ସର୍ବାଧିକ ଟଙ୍କାରେ ନିଲାମ କରିଛନ୍ତି । ୨୦୧୧ ମସିହାରୁ ଏଠାରେ ଲଡୁକୁ ନିଲାମ କରାଯାଉଛି । ୫୦ ବର୍ଷ ହେଲା ମଣ୍ଡପରେ ଦଶମୀ ପୂଜା ପରେ ଲଡୁ ପୂଜା ହୋଇଆସୁଛି । ଏହି ଦିବ୍ୟ ଲଡୁକୁ ଘରକୁ ନେଲେ ମା’ଙ୍କ ଶୁଭ ଦୃଷ୍ଟି ପଡେ ବୋଲି ବିଶ୍ୱାସ ରହିଛି ।

ପଢନ୍ତୁ: ବୃହସ୍ପତିର ରେକର୍ଡ ଭାଙ୍ଗିଲା ଶନି

ସମ୍ବନ୍ଧିତ ଖବର

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ଥଣ୍ଡା ପବନ

Ratnamani Maharana

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

Ratnamani Maharana