• Home
  • News
  • କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା
News

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ଗାଈକୁ ମିଳିବ ପରିଚୟପତ୍ର !

ସବୁ ଭାରତୀୟଙ୍କ ପାଇଁ ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବର ଭଳି ନରେନ୍ଦ୍ର ମୋଦି ସରକାର ଦେଶର ପ୍ରତ୍ୟେକ ଦୁଗ୍‌ଧ-ଉତ୍ପାଦନକାରୀ ଗାଈଙ୍କ ଲାଗି ଏକ ଚିପ୍‌ ବା ଏକକ ପରିଚୟ ପତ୍ର ଯୋଗାଇ ଦିଆଯିବ। ଏହି ପ୍ରସ୍ତାବ ପ୍ରଥମେ ୨୦୧୫ରେ ଆଗତ କରାଯାଇଥିଲା।କୃଷିମନ୍ତ୍ରାଳୟକୁ ନ୍ୟସ୍ତ କରାଯାଇଥିବା ଏହି ଏହି କାର୍ଯ୍ୟକ୍ରମ ପାଇଁ ୟୁଡିଆଇ ଟେକ୍‌ନୋଲଜି ଗ୍ରହଣ କରାଯାଇ ସାରିଛି। ଏହି ଚିପ୍‌ରେ ବଂଶ, ବୟସ, ଉଚ୍ଚତା ଓ ଶରୀରର ଚିହ୍ନ ଆଦି ଗାଈର ଜୈବିକ ବିବରଣୀ ରହିବ। ପ୍ରତ୍ୟେକ କାର୍ଡର ମୂଲ୍ୟ ରହିବ ୮ ରୁ ୧୦ ଟଙ୍କା ମଧ୍ୟରେ।

ପ୍ରଥମ ପର୍ୟ୍ୟାୟରେ ୫୦ କୋଟି ଟଙ୍କା ବ୍ୟୟରେ ୪୦ ନିୟୁତ ଗାଈଙ୍କୁ ନମ୍ବର ଦିଆଯିବ।ରଙ୍ଗ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌ ପଲିୟୁରେଥିନ୍‌ରେ ଗାଈଙ୍କ ଆଧାର କାର୍ଡ ତିଆରି ହେବ। ୨୦୧୮ କେନ୍ଦ୍ରୀୟ ବଜେଟରେ ଏଥି ପାଇଁ ଅର୍ଥ ବରାଦ କରାଯାଇଛି।

୨୦୨୨ ସୁଦ୍ଧା ଦେଶର ଦୁଗ୍ଧ ଉତ୍ପାଦନ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଏହାଦ୍ୱାରା ଅର୍ଥର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ରେ ଭାଜପା ସରକାର ଗାଈଙ୍କୁ ଆଧାର ନମ୍ବର ଦେବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ୟୁଆଇଡି ସ୍କିମର ନାମ ରଖାଯାଇଛି ପଶୁ ସଞ୍ଜିବନୀ ଏବଂ ଦୁଗ୍ଧ ଓ ମତ୍ସ୍ୟ ସେକ୍ଟର୍ ପାଇଁ ଏହା ଏକ ବଡ଼ ଯୋଜନାର ଅଂଶ ବିଶେଷ।

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା cow

ପଢନ୍ତୁ ;

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

 

Related posts

ଆନନ୍ଦ ବଜାରରେ ଶୃଙ୍ଖଳା, ମହାପ୍ରଭୁଙ୍କ ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ

Krishna Kumar Manoj

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

Krishna Kumar Manoj

“ପାସପୋର୍ଟ” ଏବେ ପରିଚୟ ପ୍ରମାଣପତ୍ରର କାମ କରିବ ନାହିଁ ! ଜାଣନ୍ତୁ କାରଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More